ବାବା ଚମ୍ପେଶ୍ୱରମନ୍ଦିରରେ କ୍ଷୀରଭିଷେକ


ବୌଦ୍ଧ, (ସୁଶାନ୍ତ କୁମାର ବେହେରା )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂହ ପୁର ପଂଚାୟତ ଅନ୍ତର୍ଗତ କରଡ଼ି ଗ୍ରାମରେ ବାବା ଚାମ୍ପେଶ୍ଵର ମନ୍ଦିରରେ କ୍ଷୀରା ଭିଷେକ ଅନୁଷ୍ଠିତ ହୋଇ ଯାଇଛି । ମନ୍ଦିରରେ ହଜାର ହଜାର ଶ୍ରାଦ୍ଧଳୁ ଙ୍କ ଭିଡ ପରିଲକ୍ଷିତ ହୋଇଥିଲା, କରଡ଼ି ର ଅlଖପାଖ ପଂଚାୟତ ତଥା ଗ୍ରାମରୁ ଭକ୍ତଙ୍କ ସୁଅ ଛୁଟିବାକୁ ଲାଗିଥିଲା, ମନ୍ଦିର ଭିତରେ ଭକ୍ତଙ୍କ ଗହଣ ରେ ନାମ ସଂକୀର୍ତନ ଓ ପାରାୟଣ ଠାବେ ଠାବେ ଦେଖିବାକୁ ମିଳିଥିଲା । ଏଥିରେ ମନ୍ଦିର ପରିଚାଳନା କମିଟି କ୍ଷୀରସାଇ ରେ ସହଯୋଗ କରିଥିବା ବେଳେ ଡ୍ରାଇଭର ସଂଘ ଭଲୁଣ୍ଟାରୀ ଭାବରେ ପlର୍କିଙ୍ଗ ତଥା ଶାନ୍ତି ଶୃଙ୍ଖଳା ର ଦାୟିତ୍ୱ ନେଇଥିଲେ । ସମସ୍ତ ଭକ୍ତଙ୍କ ପାଇଁ ପ୍ରସାଦ ଭୋଜନ ର ମଧ୍ୟ ବ୍ୟବସ୍ତା କରାଯାଇଥିଲା । ଉକ୍ତ କ୍ଷୀରସାଇ ରେ କମିଟି ର ସଭାପତି ମୃତ୍ୟୁଞ୍ଜୟ ମିଶ୍ର ସମ୍ପାଦକ ହରି ଅର୍ଜୁନ ସାହୁ କୋଷାଧକ୍ଷ ପୂର୍ଣ୍ଣ ଚନ୍ଦ୍ର ମହାକୁଳ, ସଭ୍ୟ -ବିଶ୍ୱଜିତ ମିଶ୍ର, ନରେନ୍ଦ୍ର ସାହୁ, କିଶ୍ବର ସାହୁ, ଧରଣୀଧର ସାହୁ, ପୂର୍ଣ୍ଣ ଚନ୍ଦ୍ର ଗାଈଗୌରୀଆ, ରାଜୁ ଅଗ୍ରୱାଲ, ବାବାଜୀ ପାତ୍ର, ନାରାୟଣ ସାହୁ, ପରିଚାଳନା କରିଥିଲେ! ଡ୍ରାଇଭର ମହାସଂଘ ବିରାନରସିଂ ପୁର ମଧ୍ୟ ଉପସ୍ଥିତ ଥିଲେ।

Post a Comment

Previous Post Next Post