ବିଜେଡ଼ି ଯୁବ ସମ୍ପାଦକ ଙ୍କ ଦାଦାଗିରି ରୁ ଲୋକ ହଇରାଣ


ବଙ୍ଗୋମୁଣ୍ଡା,(ଆଜତକ୍ ଓଡ଼ିଶା ବ୍ୟୁରୋ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଚ ଶାଶନ ଓ ନିର୍ମଳ ଭାବମୂର୍ତ୍ତି ପାଇଁ ନିରନ୍ତର ରାଜ୍ୟ ରେ ବିଜେଡ଼ି ସରକାର ସତ୍ତାରେ ରହୀ ଆସିଛି। ହେଲେ କର୍ମୀ ମାନଙ୍କୁ ଖୁସି କରିବା ପାଇଁ  ଛତୁ ଫୁଟିବା ଭଳି କର୍ମୀଙ୍କୁ  ବିଜେଡ଼ି ରେ ପଦବୀ ଦିଆ ଚାଲିଛି । ଏହା ର ସୁଯୋଗ ନେଇ ଓ ଶାସକ ଦଳ ର ପାୱାର ଦେଖେଇ ବର୍ତ୍ତମାନ୍ ଅନେକ ଜାଗାରେ ବଟି ଆଦାୟ ହେଉଥିବା ଅଭିଯୋଗ ହେଉଛି ।

ମିଳୁଥିବା ସୁଚନା ଅନୁସାରେ ବଙ୍ଗୋମୁଣ୍ଡାବ୍ଲକରେ ନିଜକୁ ଯୁବ ସମାଜସେବୀ କହୁଥିବା ରାଜ୍ୟ ବିଜୁ ଯୁବ ଜନତା ଦଲର ସମ୍ପାଦକ ଅଜିତ ଯୋଶୀ ଯିଏ ଗତ ପଞ୍ଚାୟତ ନିର୍ବାଚନ ରେ ବଙ୍ଗୋମୁଣ୍ଡା ସରପଞ୍ଚ ନିର୍ବାଚିତ ହୋଇଥିଲେ, ବର୍ତ୍ତମାନ୍ ସଂପୂଣ୍ଣ ବ୍ଲକ ରେ ଚର୍ଚ୍ଚା ର କେନ୍ଦ୍ର ପାଲଟିଛନ୍ତି ଯାହା ବିଜୁ ଜନତା ଦଳ ପାଇଁ ୨୦୨୪ ନିର୍ବାଚନ ରେ କାଳ ହୋଇଯିବ ବୋଲି ଜନସାଧରଣରେ ଚର୍ଚ୍ଚା ଆରମ ହେଲାଣି । କେତେ ବେଳେ ଆୟୁଵ ଖାଁ, କେତେବେଳେ କଳିକେଶ ସିଂଦେଓ, କେତେବଳେ ଅଜୟ ଦାସ ର ଅନୁଗତ ଥିବା ଅଜିତ ଯୋଶୀ କେତେ ବେଳେ ଭିତିରିଆ କଂଗେସ ଦଳ ପାଇଁ କାର୍ଯ୍ୟ କରିଛନ୍ତି । ବର୍ତ୍ତମାନ୍  ସେ ପୂର୍ବତନ ସାଂସଦ କଲିକେଶ ସିଂହଦେଓଙ୍କ ଅନୁଗତ ହୋଇଥିବା ରୁ ବିଜେଡ଼ି ବିଧାୟକ ପ୍ରାର୍ଥୀ ହେବେ ବୋଲି ତାଙ୍କ ସମର୍ଥକ ଜରିଆ ରେ ପ୍ରଚାର କରୁଛନ୍ତି । ଅନ୍ୟପକ୍ଷେ ଏହି ପୂର୍ବତନ ସାଂସଦ ଙ୍କ ଅନୁଗତ ଉଧ୍ୟବ ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ହଂସ ରାଜ ଜୈନ, ପୂର୍ବତନ ସୈନିକ ଗିରିରାଜ ମାଝୀ, ଗତଥର ପ୍ରାର୍ଥୀ ଅଜୟ ଦାସ ଏ ସମସ୍ତେ ବିଜେଡ଼ି ଟିକଟ ପାଇଁ କଳିକେଶ ସିଂଦେଓଙ୍କ ଭରସାରେ ଅଛନ୍ତି ।

ନିର୍ବାଚନ କୁ ବର୍ତ୍ତମାନ୍ ୧ ବର୍ଷ ରୁ ଉର୍ଦ୍ଧ ସମୟ ରହିଛି, ହେଲେ ଅଜିତ ଯୋଶୀ ଙ୍କ ଆତଙ୍କରାଜ ଓ ଦାଦାଗିରିରୁ ବ୍ଲକ କ୍ଷେତ୍ର ରେ କାର୍ଯ୍ୟ କରୁଥିବା ଅଫିସର ଓ ଠିକାଦାର ମାନେ ଭୟଭିତ ହେଉଥିବା ଅନେକ ସମୟରେ ଅଭିଯୋଗ କରୁଛନ୍ତି । ବଟି, ଚାନ୍ଦା, ସହଯୋଗ, କାର୍ଯ୍ୟକ୍ରମ,ଗରିବ କୁ ସହାୟତା କରିବା ନା ରେ ନିୟମିତ ଭାବେ ପଇସା ଆଦାୟ କରୁଥିବା ଅଭିଯୋଗ ହେଉଛି । ସ୍ଥାନୀୟ ସରପଞ୍ଚ ଓ ଶାସକ ଦଳ ର ଲୋକ ହୋଇଥିବା ରୁ ଅଫିସର , ଜୁନିଅର୍ ଇଞ୍ଜିନିୟର, ଠିକାଦାର ମାନେ ଡରୀ ଅର୍ଥ ଦେଉଥିବା ଅନେକ ଅଫିସମାନେ ସ୍ବୀକାର କରିଛନ୍ତି। ଏଭଳି କାର୍ଯ୍ୟ ପାଇଁ ବଦନାମ ହେଉଛି ଶାସକ ବିଜୁ ଜନତା ଦଳ । ଶ୍ରୀ ଯୋଶୀ ସରପଞ୍ଚ ବଙ୍ଗୋମୁଣ୍ଡା ହୋଇଥିଲେ ମଧ୍ୟ କୌଣସି ଆଖି ଦୃଷୀୟା ଉନ୍ନତି ମୂଳକ କାର୍ଯ୍ୟ କରୁନାହାନ୍ତି ।

ପଞ୍ଚାୟତ ରେ ଖାଉଟି ସାମଗ୍ରୀ ବଣ୍ଟନ ଓ ଉନ୍ନତି କାର୍ଯ୍ୟରେ ବହୁ ଦୁର୍ନୀତି ହେଉଛି । ଏଥିରେ ସରପଞ୍ଚ ଅଜିତ ଯୋଶୀ ଜଡ଼ିତ ରହିଥିବା ଅନେକ ଅଭିଯୋଗ ହେଉଛି,କିନ୍ତୁ ଶାସକ ଦଳ ଛାପ ତାଙ୍କୁ ସବୁ ବେଳେ ବଞ୍ଚାଇ ଦେଉଛି । ଏହି ପଞ୍ଚାୟତ ର ବହୁ ବୁଢ଼ା ବୁଢ଼ୀ, ମାନେ ପେନସନ ପାଇବାରୁ ବଞ୍ଚିତ ଥିବା ବେଳେ,ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ରେ ଯେଉ ରାସନ କାର୍ଡ ତିଆରି କରୁଛନ୍ତି ତାହା ଅଯୋଗ୍ୟଙ୍କୁ ମିଲିଛି । ଅନେକ ଯୋଗ୍ୟ ହିତାଧିକାରୀ କାର୍ଡ ପାଇବା ରୁ ବଞ୍ଚିତ ହେଉଛନ୍ତି।

ପଞ୍ଚାୟତ ର ବହୁ ଅନୁଦାନ ଆଇନଗତ ଖର୍ଚ୍ଚ ହେଉ ନ ଥିବା ବେଳେ,ବହୁ କାର୍ଯ୍ୟ ବିନା ପଲ୍ଲୀ ସଭା ଗ୍ରାମସଭା ରେ ହେଉଥିବା ଅଭିଯୋଗ ହେଉଛି । ବଙ୍ଗୋମୁଣ୍ଡା ଗ୍ରାମ ପଞ୍ଚାୟତ ରେ ଦୁର୍ନୀତି ଚରମ ସୀମା ଟପିବା କୁ ହେଲାଣି,ହେଲେ ସରପଞ୍ଚ ଶାସକ ଦଳ ର ରାଜ୍ୟ ଯୁବ ସମ୍ପାଦକ ହେଇଥିବାରୁ ବ୍ଲକ ପ୍ରଶାସନ କି ଜିଲ୍ଲା ପ୍ରଶାସନ ଏହି ପଞ୍ଚାୟତ ର ଦୁର୍ନୀତି ଉପରେ କୌଣସି କାର୍ଯନୁଷ୍ଠାନ୍ ନେଉ ନାହାନ୍ତି । ପୁଣି ଶୁଣିବା କୁ ମିଲୁଛି ଯେ ସେ ନିଜ କୁ ବିଜେଡି ରେ ବିଧାୟକ ପ୍ରାର୍ଥୀ ଭାବେ ଦାବେ ଦାରି କରୁଛନ୍ତି । ବିଜେଡ଼ି ତାଙ୍କ କାର୍ଯ୍ୟ ପାଇଁ ବଦନାମ ହେଉଥିବା ଜନସାଧରଣ ରେ ଚର୍ଚ୍ଚା ଚାଲିଛି ।

Post a Comment

Previous Post Next Post