ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡି ରହିଛି ଅଙ୍ଗନୱାଡ଼ି ଗୃହ


Anganwadi house is in half-built condition

କଣ୍ଟାମାଳ, (ମନଧର କର୍ମୀ) କୋମଳମତି ଶିଶୁମାନଙ୍କ ଜ୍ଞାନ ବୃଦ୍ଧି ପାଇଁ ସରକାର ଅନେକ ଯୋଜନା ପ୍ରଣୟନ କରୁଛନ୍ତି । ଶିଶୁ ଓ ମାଁ ମାନଙ୍କ ସ୍ବାସ୍ଥ୍ୟ ପାଇଁ ଯୋଜନା ଉପରେ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।କିନ୍ତୁ ସରକାର କା ମାଲ ,ଦରିଆ ନେ ଡାଲ୍ ସଦୃଶ ଚାଲିଛି ସରକାରଙ୍କ ଯୋଜନା । ଏପରି ଏକ ସମସ୍ୟା ଦେଖିବାକୁ ମିଳିଛି କଣ୍ଟାମାଳ ବ୍ଲକ ଶିମିଲିପଦର ପଞ୍ଚାୟତ ଫଗୁଣାମାଳ ଗ୍ରାମରେ ଥିବା ଅର୍ଦ୍ଧନିର୍ମିତ  ଅଙ୍ଗନୱାଡ଼ି ଗୃହ ।ଉକ୍ତ ଗୃହଟି ବହୁ ବର୍ଷ ପୂର୍ବେ ନିର୍ମାଣ କରାଯାଇଥିଲେ ସୁଦ୍ଧା କୌଣସି କାରଣ ବଶତଃ ଘରଟି ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ି ରହିଛି ।ଏହି ଗ୍ରାମର କୁନି କୁନି କୋମଳମତି ଶିଶୁ ମାନଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏପଟେ କେନ୍ଦ୍ର ସଂପୂର୍ଣ୍ଣ ନ ହେବାରୁ ବହୁ ଅସୁବିଧାର ସହ କୋମଳମତି ଶିଶୁମାନେ  ପାଠ ପଢୁଛନ୍ତି ଏ ସମ୍ପର୍କରେ ଆମେ କଣ୍ଟାମାଳ ସମନ୍ୱିତ ଶିଶୁ ବିକାଶ ଅଧିକାରୀ ଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇ ନ ଥିଲା ।ତାପରେ ଆମେ କଣ୍ଟାମାଳ ବିଡ଼ିଓ ଶ୍ରୀଯୁକ୍ତ କଳାକୃଷ୍ନ ପ୍ରଧାନଙ୍କୁ ପଚାରିବାରୁ ଏହାକୁ ଅତି ଶୀଘ୍ର ନିର୍ମାଣ କରାଯିବ ବୋଲି କହିଛନ୍ତି ।

Post a Comment

Previous Post Next Post