କଣ୍ଟାମାଳ:(ମନଧର କର୍ମୀ) ଜଳାତଙ୍କ ଏକ ସ୍ୱାସ୍ଥ୍ୟ ଶୂନ୍ୟ ମୃତ୍ୟୁ ଲକ୍ଷ୍ୟ ରେ ସମଗ୍ର ବିଶ୍ୱରେ ଚଳିତ ବର୍ଷ ସେପ୍ଟେମ୍ବର ମାସ ୨୮ ତାରିଖ କୁ ବିଶ୍ୱ ଜଳାତଙ୍କ ଦିବସ (World Rabies Day ) ରୂପରେ ପାଳନ କରାଯାଉଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ପ୍ରାଣୀ ପାଳନ ବିଭାଗ ପକ୍ଷରୁ ଏହି ଦିବସ କୁ ପାଳନ କରିବାକୁ ଏକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା । ପ୍ରତି ପଂଚାୟତ ରୁ ଜଣେ ଲେଖାଏଁ ପ୍ରାଣୀ ସେବା ସହ ସମ୍ପୃକ୍ତ ଥିବା ବ୍ୟକ୍ତି ମାନେଙ୍କୁ ଆମନ୍ତ୍ରିତ କରାଯାଇ ଜଳାତଙ୍କ ରୋଗ, ଏହାର ସଂକ୍ରମଣ ପଦ୍ଧତି ଓ ଏହାର ପ୍ରତିହତ କରିବାକୁ ପ୍ରୟାସ ହେବାକୁ ତାଲିମ ଦିଆଯାଇଥିଲା । ଗୋଷ୍ଟୀ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ବୀରେନ୍ଦ୍ର କୁମାର ପୃଷ୍ଟି ଙ୍କ ପରିଚାଳନା ରେ ଆୟୋଜିତ ଏହି ସଭାରେ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ପ୍ରତିଭା ପାଢ଼ୀ ଜଳାତଙ୍କ ରୋଗ ସମ୍ପର୍କରେ ବିଶଦଭାବେ ଆଲୋକପାତ କରିଥିଲେ । ହରଭଙ୍ଗା ଅତିରିକ୍ତ ତହସିଲଦାର ଶ୍ରୀଯୁକ୍ତ ହରିଓମ ଭୋଇ ସଭାର ସଭାପତିତ୍ବ କରିଥିଲେ ଓ ସମ୍ମାନୀତ ଅତିଥିଭାବରେ ଗୋଷ୍ଟୀ କୃଷି ଅଧିକାରୀ ଶ୍ରୀଯୁକ୍ତ ସବ୍ୟସାଚୀ ଦାସ ଯୋଗଦାନ କରି ବିଶ୍ୱ ଜଳାତଙ୍କ ଦିବସ ପାଳନର ଆବଶ୍ୟକତା ସମ୍ପର୍କ ରେ ମତପ୍ରକାଶ କରିଥିଲେ । ଶ୍ରୀଯୁକ୍ତ ଭୋଇ ଜଳାତଙ୍କ ରୋଗର ଭୟାବହତା ତଥା ଏହାର କୌଣସି ଚିକିତ୍ସା ନ ଥିବାରୁ ସତର୍କତା ଅବଲମ୍ବନ ଓ ସୁନିଶ୍ଚିତ ଟୀକାକରଣ କରିବାକୁ ପରାମର୍ଶ ଦେଇଥିଲେ । ହରଭଙ୍ଗା ପ୍ରାଣୀ ଚିକିତ୍ସାଳୟର ଶ୍ରୀଯୁକ୍ତ ନିର୍ମଳ ପ୍ରଧାନ, ନୀଳାଞ୍ଚଳ ମିଶ୍ର ଓ ଲକ୍ଷ୍ମଣ ମଲ୍ଲିକ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।
Post a Comment