ବାଲେଶ୍ବର (ପ୍ରଭାକର ମଲ୍ଲିକ) ବିଜୁ ଜନତା ଦଳର ୨୫ବର୍ଷ ପୂର୍ତ୍ତି ଅବସରରେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ନିର୍ଦେଶରେ ବିଧାୟକଙ୍କ ଦ୍ୱାରାବୃକ୍ଷ ରୋପଣ ! ସୂଚନା ଅନୁଯାୟୀ ବିଜୁ ଜନତା ଦଳ ତାର ୨୫ ବର୍ଷରେ ପାଦ ସ୍ଥାପନ କରିଥିଲା ବେଳେ ଉକ୍ତ ପ୍ରତିଷ୍ଠା ଦିବସକୁ ମନେ ରଖିବା ତଥା ବାୟୁମଣ୍ଡଳରୁ ଅମ୍ଳଜାନ ଅଭାବ ଦୂରକରିବା ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ସୃଷ୍ଟି କରିବା ପାଇଁ ମାନ୍ୟବର ମୁଖ୍ୟ ମନ୍ତ୍ରୀ ବିଜୁ ଛାତ୍ର ଓ ଯୁବକ ମାନଙ୍କୁ ପ୍ରତ୍ୟେକ ପଞ୍ଚାୟତରେ ୨୫ଟି କରି ଗଛ ଲଗାଇବାକୁ ନିର୍ଦେଶ ଦେଇଥିଲା ବେଳେ ଆଜି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକର ବିଜୁ ଛାତ୍ର ଓ ଯୁବକ ମାନଙ୍କ ଦ୍ୱାରା ପ୍ରତାପପୁର ପଞ୍ଚାୟତର ସୁରଡ଼ିହା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ବେତଗଡିଆ ଗ୍ରାମ ପଞ୍ଚାୟତର ପ୍ରାଥମିକ ବିଦ୍ଯାଳୟ , ଚୌମୁଖ ରାମପ୍ରସାଦ ହାଇସ୍କୁଲ , ଅଳାଡିହା ପ୍ରାଥମିକ ବିଦ୍ଯାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠତ ହୋଇ ଥିଲା ବେଳେ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇ ଥିଲା ଏହି ସମୟରେ ବାଲିଆପାଳ ବ୍ଲକର ସମାଜସେବୀ ରବୀନ୍ଦ୍ର ନାଥ ଅଣ୍ଡିଆ ବାଲିଆପାଳ ବ୍ଲକ ଯୁବ ସଭାପତି ସଞ୍ଜୟ ପ୍ରଧାନ , ଲକ୍ଷ୍ମୀ ଧର ପାତ୍ର ,ଜିଲ୍ଲା ଯୁବ ସମ୍ପାଦକ ଉଜ୍ଜଳ କୁମାର ଗିରି , ଜିଲ୍ଲା ଛାତ୍ର କସମ୍ପାଦକ ଭୈରବ ଦାସ , ବେତଗଡିଆ ଗ୍ରାମ ପଞ୍ଚାୟତର ସରପଞ୍ଚ ସନ୍ତୋଷ ଗିରି , ଦେଭୋଗ ସରପଞ୍ଚ ପ୍ରତିନିଧି ମୁତ୍ଯୁଞ୍ଜୟ ନାୟକ , ପ୍ରତାପପୁର ସରପଞ୍ଚ କସ୍ତୁରୀ ବାଳା ପାତ୍ର ,ସମାଜସେବୀ ଅଜୟ ପାତ୍ର ,ବାଲିଆପାଳ ସରପଞ୍ଚ ପ୍ରତିନିଧି ହେମନ୍ତ ଦାସ ,ମଧୁପୂରା ସରପଞ୍ଚ ଲମ୍ବୋଧର ମାହାନା , ଅଳାଡିହା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ କମଳ ଲୋଚନ କର , ଯୁବ ସଭାପତି ଜୟାନନ୍ଦ କୁହ୍ଲାରୀ ଚୌମୁଖ ଗ୍ରାମ ପଞ୍ଚାୟତର ଯୁବ ନେତା ରଞ୍ଜନ ବେହେରା ,ଓ ସମାଜସେବୀ ପ୍ରଦୀପ କର ଓ ବହୁ ବିଜୁ ଜନତା ଦଳର କର୍ମ କର୍ତ୍ତା ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା
ବିଜୁ ଯୁବ ଜନତା ଦଳ ପକ୍ଷରୁ ବସ୍ତା ବିଧାୟକ ନିତ୍ଯାନନ୍ଦ ସାହୁ ଚାରା ଗଛ ରୋପଣ କଲେ ବିଧାୟକ
ଆଜତକ ଓଡ଼ିଶା
0
Post a Comment