ନୂଆପଡ଼ା(ପରମେଶୂର ମେହେର) ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ସାମ୍ବାଦିକ ସଂଗଠନ (BBSS ) ପକ୍ଷରୁ ନିରନ୍ତର ବ୍ଲକ ର ବିଭିନ୍ନ ସମସ୍ୟା ନେଇ ଖବର ପ୍ରସାରଣ କଲାପରେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ପଡ଼ିଥିବା ପ୍ରଶାସନର ନିଦ ଭାଙ୍ଗିଯାଇଛି । ଆଜି ନୂଆପଡ଼ା ଜିଲ୍ଲାପରିଷଦ ଅଧକ୍ଷ୍ୟା ଡଲୀ ମାଝୀ, ୧୨ନମ୍ବର ଯୋନ ଜିଲ୍ଲାପରିଷଦ ସଦସ୍ୟା ସ୍ମୃତି ସିଂ ମାଝୀ, ପଞ୍ଚାୟତ ସମିତି ଅଦକ୍ଷ୍ୟା ପ୍ରେମ ସିଲା ନାଗ, ତଥା ବ୍ଲକ ର ଏପିଓ ,ଆସିଷ୍ଟାଣ୍ଟ.ଇଂଜିନିୟର ,ଜିପିଓ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ପାଞ୍ଚରୁ ଉର୍ଦ୍ଧ ଚାରିଚକିଆ ଯାନ ରେ ତୋଫାନି ଗ୍ରସ୍ତ କରି ଘଟଣାର ତଦନ୍ତ କରିଛନ୍ତି।
ଏହି ଗ୍ରସ୍ତ କାର୍ଯ୍ୟକ୍ରମ ରେ କୋଟଗାଁ,ବୋଡେ଼ନ,କରଙ୍ଗାମାଲ ,ବଖଲିଖୁଣ୍ଟି ,ତଥା ଅନ୍ୟାନ୍ୟ ଅଞ୍ଚଳ କୁ ଯାଇ ବିଭିନ୍ନ ପ୍ରକଳ୍ପ ରେ କାର୍ଯ୍ୟ ହୋଇଥିବା କାର୍ଯ୍ୟର ସମୀକ୍ଷା କରିଥିଲେ। ବାସ୍ତବିକ ଜନପ୍ରତିନିଧି ମାନଙ୍କ ଏଭଳି କାର୍ଯ୍ୟକୁ ଜନ ସାଧାରଣ ପ୍ରଶଂସା କରିଥିବାବେଳେ ଏହା ଗଣମାଧ୍ୟମ ପ୍ରତିନିଧିମାଙ୍କ ଖବରର ପ୍ରଭାବର ତଦନ୍ତ ନା ଉନ୍ନୟନ ମୂଳକ କାର୍ଯ୍ୟ ର ତଥ୍ୟ ସଂଗ୍ରହ କରି ତ୍ୱରାନ୍ୱିତ କରିବା , ବର୍ତ୍ତମାନ ତାହା ଦେଖିବାକୁ ବାକି ରହିଲା।
Post a Comment