ଭବାନୀପାଟଣା/ଥୁଆମୁଲରାମପୁର ୧/୪ (ଶ୍ୟାମସୁନ୍ଦର ମାଝୀ) ନିୟମଗିରି ସୁରକ୍ଷା ଆନ୍ଦୋଳନ ପରେ ପରେ ଏବେ ଖଣ୍ଡୁଆଲ ମାଳି ସୁରକ୍ଷା ପାଇଁ ଆନ୍ଦୋଳନ ର ମୁଣ୍ଡ ଟେକିଛି । ଏପରି ପ୍ରେକ୍ଷିରେ ଗତ ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ପାହାଡ ଶିଖରରେ ଖଣ୍ଡୁଆଲ୍ ପର୍ବ ପାଳିତ ହୋଇଯାଇଛି । ଖଣ୍ଡିଆଲ ମାଳି ସୁରକ୍ଷା ପାଇଁ ଏକ ବିରାଟ ସଭା ଆୟୋଜିତ ହୋଇଥିଲା । ଏଥିରେ ଅଞ୍ଚଳର ୫ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣ ଯୋଗ ଦେଇଥିବା ବେଳେ ଓଡ଼ିଶା ଓ ଦେଶର ବିଭିନ୍ନ ଜନ ଆନ୍ଦୋଳନ ନେତୃବୃନ୍ଦ , ପରିବର୍ତ୍ତନ କାରି, ମାନବ ବାଦି, ପ୍ରକୃତିକୁ ଭଲ ପାଉଥିବା ସହ ଶହ ଜନସାଧାରଣ ଯୋଗ ଦେଇଥିଲେ । ଜିଲ୍ଲାର ଖଣିଜ ସମ୍ପଦ ଉପରେ ବଡ଼ ବଡ଼ କମ୍ପାନୀ ର ଲୋଲୁପ ଦୃଷ୍ଟି ପଡ଼ୁଥିବା ବେଳେ ଏବେ ଖନ୍ଦୁଆଲ ମାଳି ଉପରେ ନଜର ପଡିଥିବା ନୀତି କୁ ସମିତି ନିନ୍ଦା କରିଛି । ସରକାର ଖଣ୍ଡୁଅଲ୍ ମାଳି କୁ ଲିଜ କରିବା ନିଷ୍ପତି ନେଇଥିବା ବେଳେ ତାହାକୁ ବାତିଲ କରିବା ପାଇଁ ସ୍ୱର ଉଠାଇଛି ଖନ୍ଦୁଆଲ୍ ମାଳି ସୁରକ୍ଷା ସମିତି । ପ୍ରାକୃତିକ ସୁଦର୍ଯ୍ୟ ରେ ଭରପୁର ଏହି ପାହାଡ଼ ରେ ୩ସହ ରୁ ଉର୍ଦ୍ଧ ଝରଣା,ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ସହ ନାନା ପ୍ରଜାତିର ପଶୁ ପକ୍ଷୀ ରହିଛନ୍ତି । ଖଣି ଖନନ କରାଗଲେ ଏ ସବୁ ଧ୍ୱଂସ ହେବା ସହ ଆଦିବାସୀ ଦଳିତ ନିଜର ଜୀବନ ଜୀବିକା ହରାଇବେ ବୋଲି ବକ୍ତା ମାନେ ନିଜ ନିଜ ଅଭିଭାଷଣ ରେ ମତ ପ୍ରକାଶ କରିଥିଲେ । ତେବେ ସରକାର ଙ୍କ ଏଭଳି ନୀତି କୁ ବିରୋଧ କରୁଥିବା ବେଳେ ମରିବୁ ପଛେ ଡରିବୁ ନାହିଁ , ଖଣ୍ଡୁଆଲା ମାଳି ଛାଡ଼ିବୁ ନାହି ବୋଲି ସ୍ୱର ଉତ୍ତୋଳନ କରିଥିଲେ । ସରକାର ସମ୍ବିଧାନ ର ୫ ମ ଅନୁଛେଦ କୁ ଖୋଲାଖୋଲି ଉଲଂଘନ କରି ଆଦିବାସୀ ଓ ଦଳିତ ମାନଙ୍କର ଅଧିକାର କୁ କ୍ଷୁର୍ଣ୍ଣ କରିଛନ୍ତି ।ନିୟମ ଅନୁଯାୟୀ ଖଣି ଲିଜ କରିବା ପୂର୍ବରୁ ଗ୍ରାମସଭା ର ଅନୁମତି ନେବା ବିଧି ବ୍ୟବସ୍ଥା ଥିଲେ ହି ସରକାର ଜାଣିଶୁଣି ଆଦିବାସୀ ଙ୍କ ଅଧିକାର କୁ ଛଡାଇ ନେଇ କମ୍ପାନୀ ହାତରେ ଟେକି ଦେବା ପ୍ରୟାସ କୁ ନିନ୍ଦା କରିଛି ଖନ୍ଦୂଆଲ ମାଳି ସୁରକ୍ଷା ସମିତି । ଏପରିକି ସ୍ଥାନୀୟ ବିଧାୟକ ଆଦିବାସୀ ଙ୍କ ସ୍ୱାର୍ଥ କୁ ଜଳାଞ୍ଜଳି ଦେଇ କମ୍ପାନୀ କୁ ସହାୟତା ଯୋଗାଉଥିବା ଅଭିଯୋଗ ଉଠାଇଛି ସମିତି। ଆଗାମୀ ଦିନରେ ଖଣି ଲିଜ ବାତିଲ କରାନଗଲେ ବିରାଟ ଜନ ଆନ୍ଦୋଳନ ଭାବେ ମୁଣ୍ଡ ଟେକିବ ବୋଲି ସମିତି ଚେତାବନୀ ଦେଇଛି। ଦୁଇ ଦିନ ଧରି ହୋଇଥିବା ଏହି ପର୍ବର ବିରାଟ ସଭାରେ ନିୟମଗିରି ସୁରକ୍ଷା ସମିତି ର ଦେଞ୍ଜୋ, ତିଜ୍ ମାଳି ସୁରକ୍ଷା ସମିତି ପବିତ୍ର ନାଏକ, ମାଳି ପର୍ବତ ସୁରକ୍ଷା ସମିତି ର ବିଜୟ କିଲୋ, ନନ୍ଦୀ ଦାସ ବାଲି, ଖଣ୍ତୁଆଲ ମାଳି ସୁରକ୍ଷା ସମିତି ବ୍ରିଟିଶ କୁମାର,କାର୍ତ୍ତିକ ମାଝୀ, ଅଟୋ ସଂଘର ସଞ୍ଜୟ ସୁନାନି, ସିପିଆଇ ଏମ ର ସନାତନ ମାଝୀ, ଲଲଜାର ନାଏକ ପ୍ରମୁଖ ଉପସ୍ଥିତ ରହି ଥିଲେ ।

Post a Comment