ଓଡିଶା ଆଦର୍ଶ ବିଦ୍ୟାଳୟ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

 

ବୌଦ୍ଧ,(ସୁଶାନ୍ତ କୁମାର ବେହେରା) ବୌଦ୍ଧ ସଦର ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ର ତୃତୀୟ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି । ଗତ ୨୦ ତାରିଖରେ ଆରମ୍ଭ ହୋଇ ତିନି ଦିନଧରି ଖେଳ ହୋଇଥିଲା । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦୀପ ଅମାତ ଓ ସଂମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ଅଧକ୍ଷ ତଥା ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ରବୀନ୍ଦ୍ର କୁମାର ରାଉତ, ଅବିଭାବକ ସଙ୍ଘ ସଭାପତି ସ୍ୱାଧୀନ ବିଶ୍ୱାଳ, ସଦସ୍ୟ କୃତ୍ତିବାସ ପଲିଆ, ଅଧକ୍ଷ ହରେକୃଷ୍ଣ ବେହେରା ମଞ୍ଚାସିନ ଥିବାବେଳେ ମଞ୍ଚ ପରିଚାଳନା କରିଥିଲେ ବିଜ୍ଞାନ ଶିକ୍ଷୟିତ୍ରୀ ନିହାରବାଲା ବେହେରା । ଦ୍ୱିତୀୟ ଦିବସରେ କ୍ରୀଡାବିତ ମୃତ୍ୟୁଞ୍ଜୟ ମିଶ୍ର, ସୌଭାଗ୍ୟ ରଞ୍ଜନ ନାଏକ, ସୁବୋଦ ପ୍ରଧାନ ପ୍ରମୁଖ ଉପସ୍ଥିତ ହୋଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ତିନି ଦିନ ଧରି ଖେଳ ପରିଚାଳନା କରିଥିଲେ ଖେଳ ଶିକ୍ଷକ ହିମାଂଶୁ ଶେଖର ମାଝୀ, କୃଷ୍ଣ ଚନ୍ଦ୍ର ସେଠି, ତପନ ନାୟକ, ଦଶରଥ ଭୋଇ,ଖେଳ ଶିକ୍ଷୟତ୍ରୀ ବନ୍ଦିତା ବିଶ୍ୱାଳ । ଉଦଯାପନୀ ଉତ୍ସବ ରେ ମୁଖ୍ୟଅତିଥି ଭାବେ ପୂର୍ବତନ ଓଡିଶା ମୁଖ୍ୟ ସାଶନ ସଚିବ ତଥା ଓଡିଶା ତୀରନ୍ଦାଜ ସଙ୍ଘ ସଭାପତି ଗୋକୁଳ ଚନ୍ଦ୍ର ପତି ଯୋଗ ଦେଇ ପାଠ ସହିତ ବିଭିନ୍ନ ଖେଳରେ ଭାଗ ନେଇ ମୂଲ୍ୟାଙ୍କନରେ ନରହି ମୂଲ୍ୟ ୟନ ହେବାକୁ ପରାମର୍ଶ ଦେଇଥିଲେ । ମଞ୍ଚରେ ମଞ୍ଚାସିନ ଥିଲେ ଅଧକ୍ଷ ହରେକୃଷ୍ଣ ବେହେରା,ପୂର୍ବ ସଂସ୍କୃତ ଶିକ୍ଷକ ନବୀନ ଶତପଥୀ ଅଭିଭାବକ ସଙ୍ଘ ସଭାପତି ସ୍ୱାଧୀନ ବିଶ୍ୱାଳ, ମୋ ସ୍କୁଲ ଅଭିଯାନ ସଭାପତି ରାଜକୁମାର ପ୍ରଧାନ, ସଭ୍ୟ କୃତିବାସ ପଲିଆ, ଜଗବନ୍ଧୁ ପାତ୍ର, ମାନସ ପୁରୋହିତ, ପ୍ରଭାତ ଚନ୍ଦ୍ର ପ୍ରଧାନ । ସର୍ବ ମୋଟ ୩୩ଗୋଟି କ୍ରୀଡା ବବଂ ବିଭାଗରେ ପ୍ରତିଯୋଗୀତାରେ ଭାଗ ନେଇଥିଲେ ଓ ବଂଶଧରା ବିଭାଗ ଖେଳରେ ଚମ୍ପି୍ୟାନ ଶିଳ ମୁଖ୍ୟ ଅତିଥିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଏହି ଅବସରରେ ପୂର୍ବ ସଂସ୍କୁତ ଶିକ୍ଷକ ନବୀନ ଶତପଥୀ ଓ ନାଗପୁର ରୁ ଭୁବନେଶ୍ୱର ସାଇକେଲ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କୁ ସଂମ୍ମାନିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମଙ୍କୁ ସାକାର କରିବା ପାଇଁ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ, ଅବିଭାବକ ମାନେ ସହଯୋଗ କରିଥିଲେ । ଶେଷରେ ହିନ୍ଦୀ ଶିକ୍ଷକ ଦେବବ୍ରତ ପ୍ରଶାୟତ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

Previous Post Next Post