ଶ୍ରୀମଦ୍ ଭଗବଦ୍ ଗୀତା ମହାତ୍ମ୍ୟ, ଜୀବନ ସମ୍ବିଧାନ-ଗୀତା ଜୟନ୍ତୀ ପାଳିତ


ଜଳେଶ୍ଵର,୧୪/୧୨ : ଜଳେଶ୍ବର ମ୍ୟୁନସିପାଲିଟି ସ୍ଥିତ ନୂଆ ବଜାର ଶିବ ମନ୍ଦିରର ପ୍ରାଙ୍ଗଣରେ ୧୭ ତମ ପବିତ୍ର ଶ୍ରୀମଦ୍ ଭାଗବତ ଗୀତା ଜୟନ୍ତୀ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି।ପାରମ୍ପାରିକ ଭାବରେ ଗୀତା ଭକ୍ତି ଘଟ ଉତ୍ତୋଳନ ପରେ ବିଶ୍ଵଶାନ୍ତି ଉଦ୍ଦେଶ୍ୟରେ ଶ୍ରୀ ଗୀତା ଯଜ୍ଞାଦି କାର୍ଯ୍ୟ ଆୟୋଜିତ ହୋଇଥିଲା।ପଣ୍ଡିତ ରମଣୀ ରଞ୍ଜନ ପାଠୀ, ପଣ୍ଡିତ ଗୌରୀ ଶଙ୍କର ପାଠୀ, ପତିତପାବନ ପଣ୍ଡା, ଈଶ୍ଵର କର,ଚନ୍ଦ୍ର ମୋହନ ପଣ୍ଡା,ତଥା ସଞ୍ଜୟ ପାଠୀ ଇତ୍ୟାଦି ବ୍ରାହ୍ମଣମାନଙ୍କ ମନ୍ତ୍ର ପାଠରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।୧୦୮ ଜଣ ବ୍ରତ ଧାରଣ କରିଥିବା ଭକ୍ତମାନଙ୍କ ଗୀତା ପଠନ ରେ ଯଜ୍ଞ ସ୍ଥଳ ଗୁଞ୍ଜରିତ ହୋଇଥିଲା।ସମୂହ ସଂକଳ୍ପ ରେ ସଂସ୍କୃତି ସମ୍ପନ୍ନ ତଥା ସଂସ୍କାରୀ ବ୍ୟକ୍ତିତ୍ୱ ଡ଼ଃ ବିବେକାନନ୍ଦ ସାହୁ ବ୍ରତ ଧାରଣ କରିଥିଲେ। ଆୟୋଜିତ ଉଦ୍ ବୋଧନୀ ସଭାରେ ଭାଗବତ ଦାସ,ମହେଶ୍ୱର ଦାଶ,ହରିଶ ମହାପାତ୍ର, ରମାକାନ୍ତ ଭଞ୍ଜ, ପ୍ରଫୁଲ୍ଲ କୁମାର ପାଠୀ ଜୟନ୍ତ ଦେ ପ୍ରଭାକର ସେଠୀ ତଥା ବାଗୀଶ୍ଵରୀ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼, ବିବେକାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ହୋଇ ଗୀତା ମାହାତ୍ମ୍ୟ ସମ୍ଵନ୍ଧରେ ଆଲୋଚନା କରିଥିଲେ।ସମଗ୍ର କାର୍ଯ୍ୟ କ୍ରମ କୁ ନୂଆ ବଜାର ରାଧାଷ୍ଟକ ଯୁବ ଗୋଷ୍ଠୀ ପକ୍ଷରୁ ପରିଚାଳନା କରାଯାଇଥିଲା।

Post a Comment

Previous Post Next Post