ହରଭଙ୍ଗା,(ସୁଶାନ୍ତ କୁମାର ବେହେରା). ହରଭଙ୍ଗା ବ୍ଲକ ପୁରୁଣାକଟକ ଭୈରବୀ କନିଷ୍ଠ ମହାବିଦ୍ୟାଳୟ ଯୁବ ରେଡ଼କ୍ରସ ତରଫରୁ ମହାବିଦ୍ୟାଳୟର ଅଧକ୍ଷ ମନୋଜ କୁମାର ପାଠୀଙ୍କ ନେତୃତ୍ୱରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରେଡ଼କ୍ରସ ଶିବିରର ୪୦ ଜଣ ସ୍ବେଛାସେବୀଙ୍କୁ ଛାତ୍ର ଛାତ୍ରୀ ଙ୍କୁ ନେଇ ପୁରୁଣାକଟକ ଶିବ ମନ୍ଦିରରର ପରିସରକୁ ସଫା କରାଯାଇଥିଲା। କାର୍ଯ୍ୟକ୍ରମରେ ରେଡ଼କ୍ରସ କାଉନସିଲର ଇତିହାସ ବିଭାଗ ଅଧ୍ୟାପକ ସଦାଶିବ ଜେନା ଏବଂ ଓଡ଼ିଆ ବିଭାଗ ଅଧ୍ୟାପକ ପ୍ରଦୋଷ ପ୍ରଧାନ ପୂର୍ଣ୍ଣ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ପ୍ରତେକ ସ୍ବେଛାସେବୀଙ୍କୁ ମାନପତ୍ର ଜରିଆରେ ସମ୍ମାନିତ କରାଯାଇଥିଲା ବୋଲି ଅଧକ୍ଷ ମନୋଜ ପାଠୀଙ୍କ ସୂତ୍ରରୁ ପ୍ରକାଶ।
ଭୈରବୀ କନିଷ୍ଠ ମହାବିଦ୍ୟାଳୟ ତରଫରୁ ସ୍ଵଚ୍ଚ ଭାରତ କାର୍ଯ୍ୟକ୍ରମ
ଆଜତକ ଓଡ଼ିଶା
0
Tags
ବ୍ରେକିଂ ନ୍ୟୁଜ
Post a Comment