ବାଲେଶ୍ୱର,(ପ୍ରଭାକର ମଲ୍ଲିକ) ଖଡଗପୁର ଡିଭିଜନ ଅନ୍ତର୍ଗତ ଅମର୍ଦ୍ଦାରୋଡ ରେଳ ଷ୍ଟେସନର ଗେଟବଜାର ରେଳଫାଟକ ଅନିତ ଦୂରରେ ଟ୍ରେନ ଧକ୍କାରେ ଶୁକ୍ରବାର ଜୈନିକ ଯୁବକଙ୍କର ମୃତ୍ୟୁ ଘଟିଛି।ମୃତ ଯୁବକ ଜଣକ ହେଲେ ମୟୁରଭଂଜ ଜିଲ୍ଲା ଅସନଖାଲି ଗ୍ରାମର ଖଗେନ ପରିଡା (ବୁଦ୍ଧିଆ)(୪୦)। ବୁଦ୍ଧିଆ ଦୀର୍ଘ ବର୍ଷ ଧରି ଅମର୍ଦାରୋଡ଼ରେ ପରିବାର ସହ ଭଡା ଘରେ ରହି ପାଖାପାଖି ଅଞ୍ଚଳ ଗୁଡିକରେ ବାହାଘର,ବ୍ରତଘର,ଭୋଜି ଆଦିରେ ରୋଷେୟା ଭାବେ କାର୍ଯ୍ୟ କରିଆସୁଥିଲେ। ତେବେ ଆଜି ସକାଳ ସମୟରେ ଗେଟବଜାର ରେଳଫାଟକ ରେଳଧାରଣା ନିକଟରୁ ବୁଦ୍ଧିଆଙ୍କର ମୃତ ଶରୀର ପଡିଥିବାର ଦେଖି ସ୍ଥାନୀୟ ଲୋକେ ପରିବାର ଲୋକଙ୍କୁ ଖବର ଦେବା ସହ କାର୍ଯ୍ୟରତ ଷ୍ଟେସନ ମାଷ୍ଟରଙ୍କୁ ଖବର ଦେଇଥିଲେ।ଷ୍ଟେସନ ମାଷ୍ଟର ଜଳେଶ୍ବର ଜିଆରପିଏଫଙ୍କୁ ଖବର ଦେଇଥିଲେ। ଜିଆରପିଏଫ ପକ୍ଷରୁ ଏକ ଅପମୃତ୍ଯୁ ମାମଲା ରୁଜୁ କରାଯାଇ ମୃତ ଶରୀରକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି।ତେବେ ରାତ୍ରୀ ସମୟରେ କୌଣସି ଟ୍ରେନରେ କଟି ବୁଦ୍ଧିଆଙ୍କର ମୃତ୍ୟୁ ଘଟିଛି ବୋଲି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଲୋଚନା ଜଣାପଡିଥିଲା।ଉକ୍ତ ଘଟଣା ସ୍ଥାନୀୟ ଅଞ୍ଚଳ ରେ ଆଜିର ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଛି।
ଟ୍ରେନ ଧକ୍କାରେ ଯୁବକଙ୍କ ମୃତ୍ୟୁ
ଆଜତକ ଓଡ଼ିଶା
0
Post a Comment