କଣ୍ଟାବାଞ୍ଜି ,(ଆଜତକ୍ ଓଡ଼ିଶା) ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜି ହରିଭବନ ଠାରେ ପ୍ରେସ କ୍ଲବ ପକ୍ଷରୁ ନିଶୁଲ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ କଂଟାବାଞ୍ଜି ଏନଏସି ଅଧ୍ୟକ୍ଷ ବରିୟାମ ସିଂ ସାଲୁଜା ଯୋଗ ଦେଇ ଶିବିରର ଉଦଘାଟନ କରିଥିଲେ । ସମ୍ମାନିୟ ଅତିଥି ଭାବେ ଶିଶୁ ରୋଗ ବିଶେଷଙ୍କ ଡାକ୍ତର ଜୌତିପ୍ରକାଶ ରାମ , ପ୍ରେସ କ୍ଲବ ସଭାପତି ପ୍ରଭଜିତ ସିଂ ସାଲୁଜା , କାର୍ଯ୍ୟକରି ସଭାପତି ସୁରଦାସ ବାଗ, ସମ୍ପାଦକ ସୁବ୍ରତ ମହାକୁଡ, ଏସ.ସି.ଡି ଚକ୍ଷୁ ଚିକିତ୍ସାଳୟ ଟିଟିଲାଗଡ ଟେକନିସିଆନ ପ୍ରାଣରଞ୍ଜନ ସାଗର ପ୍ରମୁଖ ମଂଚାସୀନ ରହିଥିଲେ । କଂଟାବାଞ୍ଜି ତଥା ଆଖପାଖ ଗାଁରୁ ପ୍ରାୟ ୨୯୦ ରୁ ଅଧିକ ଲୋକ ଚିକିତ୍ସିତ ହୋଇଥିବା ବେଳେ ପାଖପାଖି ୧୧୫ ରୋଗୀ ମୋତିଆ ବିନ୍ଦୁ ଅସ୍ତ୍ରୋପ୍ରଚାର ପାଇଁ ଚିହ୍ନଟ ହୋଇଥିଲେ । ମୋତିଆ ବିନ୍ଦୁ ଅସ୍ତ୍ରୋପ୍ରଚାର ଚିହ୍ନଟ ରୋଗୀଙ୍କୁ ଏସ.ସି.ଡି ଚକ୍ଷୁ ଚିକିତ୍ସାଳୟ ଟିଟିଲାଗଡରେ ନ୍ନିଶୁଳ୍କ ଅସ୍ତ୍ରୋପ୍ରଚାର କରାଯିବ ।
ପ୍ରେସ କ୍ଲବର ଏଭଲି ସମାଜସେବା କାମ ଏବଂ ବିଶେଷ କରି ଚକ୍ଷୁ ଚିକିତ୍ସା ଶିବିର ପାଇଁ ଏନଏସି ଅଧ୍ୟକ୍ଷ ଧନ୍ୟବାଦ ଜଣାଇଥିଲେ । ଆଗକୁ ଏଭଲି କାମ ଜାରି ରହୁ ବୋଲି ଶୁଭେଚ୍ଛା ମଧ୍ୟ ଦେଇଥିଲେ । ଏହି ଶିବିରକୁ ସଫଳ କରିବାକୁ ବିଶେଷ ସହଯୋଗ ଭାବେ ଉପସଭାପତି ମନୋଜ ଶର୍ମା , ପରାମର୍ଶଦାତା ଆନନ୍ଦ ମୋଟେ , ଦୂର୍ଗାପ୍ରସାଦ ଗୁପ୍ତା , ବିକାଶ ମିତ୍ତଲ, ସଦସ୍ୟ ଯୁଗଲ କିଶୋର ଶବର , ରୋହନ ମହତ , ବିସିକେଶନ ମାଝୀ , ଏସ.ସି.ଡି ଚକ୍ଷୁ ଚିକିତ୍ସାଳୟ ଟିଟିଲାଗଡର ସୁଶୀଲ କୁମାର ନାଗ , ରଶମୂତ ତାଣ୍ଡି , ନର୍ସ ସୁରତି ହରପାଳ , କରଣ କୁମାର ଭୋଇ , ବଳଦେବ ମେହେର ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ପରାମର୍ଶଦାତା ଆଶିଷ ଖଇତାନ । ପ୍ରେସ କ୍ଲବ ଗଠନ ହେବା ଦିନରୁ ଜନମଙ୍ଗଳ କାମ କରୁଥିବା ବେଳେ ଚଳିତ ବର୍ଷ ଏହା ତୃତୀୟ ଶିବିର ଯେଉ ଶିବିରରେ ପ୍ରାୟ ୧ ହଜାରରୁ ଅଧିକ ଲୋକ ବର୍ତମାନ ପର୍ଯ୍ୟନ୍ତ ଲାଭ ଉଠାଇଥିବା ଯୋଗୁ ସହରବାସୀ, ବିଭିନ୍ନ ସଂଗଠନ ସାଧୁବାଦ ଜଣାଉଛନ୍ତି ।
Post a Comment