କଣ୍ଟାବାଞ୍ଜି ,(ଆଜତକ୍ ଓଡ଼ିଶା), ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ହରିଭବନ ଠାରେ ଆସନ୍ତା ୨୭ ତାରିଖ ରୁ ୨୯ ତାରିଖ ଯାଏ ମାରବାଡ଼ି ଯୁବା ମଞ୍ଚ ବିକାଶ ଶାଖାର କୃତିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଅନୁଷ୍ଠିତ ହେବ । ଏନେଇ ହରିଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସମ୍ମିଳନୀ ରେ ସଭାପତି ଅନୁପ ଜୈନ , ସମ୍ପାଦକ ପିୟୁଷ ଜିନ୍ଦଲ , କେସିୟର ଦୀପକ ଜୈନ, ସଂଯୋଜକ ମନୀଷ ଜୈନ ,ଅରିହନ୍ତ ଜୈନ,କେଶବ ଅଗ୍ରୱାଲ, ବଜରଙ୍ଗ ଜିନ୍ଦଲ , ଆଦେସ ଜୈନ , ମୟଙ୍କ ଜୈନ , ଆନନ୍ଦ ମୋଟେ, ମୟଙ୍କ ମିତ୍ତଲ ଏବଂ ପ୍ରଚାର ପ୍ରସାର ସଂଯୋଜକ ଆଶିଷ ଖଇତାନ ଉପସ୍ଥିତ ଥିଲେ । ଏହି ଶିବିରରେ ହାତ ଗୋଡ ନଥିବା ଦିବ୍ୟାଙ୍ଗ ମାନଙ୍କ ପାଇଁ ନିଶୁକ୍ଳ କୃତିମ ଅଙ୍ଗ ପ୍ରତ୍ୟାରୋପଣ କରାଯିବ । ୩ ଦିନ ଧରି ଏହି ଶିବିର ଚାଲିବ । ଦିବ୍ୟାଙ୍ଗ ମୁକ୍ତ ଭାରତ ସ୍ଵପ୍ନକୁ ସାକାର କରିବାକୁ ସର୍ବ ଭାରତୀୟ ସ୍ତରରେ ଏଭଳି ମହତ କାମ କରାଯାଉଥିବା ମାରୱାଡି ଯୁବ ମଞ୍ଚ ବିକାଶ ଶାଖା ସୂଚନା ଦେଇଛନ୍ତି । ଶିବିରରେ ଅଧିକ ରୁ ଅଧିକ ଲୋକ ସାମିଲ ହେବାକୁ ଲୋକଙ୍କୁ ସଚେତନ କରୁଥିବା ବେଳେ ହେଲ୍ପ ଲାଇନ ନମ୍ବର ୯୦୭୮୯୬୮୯୭୬ ( ସଭାପତି ) , ୯୯୩୭୧୯୩୬୮୦ (ପ୍ରଚାର ପ୍ରସାର ସଂଯୋଜକ)ଙ୍କୁ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।
୨୭ ରୁ ୨୯ ତାରିଖ ହରିଭବନରେ ମାରୱାଡି ଯୁବ ମଞ୍ଚ ବିକାଶ ଶାଖାର କୃତିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଅନୁଷ୍ଠିତ ହେବ
ଆଜତକ ଓଡ଼ିଶା
0
Post a Comment