ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଙ୍କ ଅଭିନବ ପ୍ରଚାର


 ସୁବର୍ଣ୍ଣପୁର (ଗଣପତି ବାଘ) ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ନିର୍ବାଚନ ମଣ୍ଡଳିର ବିରମହାରାଜପୁର ର ଦୁଇଟି ଜୋନରେ ଆସନ୍ତା ୨୨ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ଏକ ଅଭିନବ ଉପାୟରେ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିରମହାରାଜପୁର ବ୍ଲକର ଚମ୍ପାମାଲ ଗାଁରେ ପ୍ରଚାର କରୁଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ବିଜେଡି କୁ ଭୋଟ ଦେବା ପାଇଁ ଗାଁରେ ଘର ଘର ବୁଲି ପ୍ରଚାର ଚଳାଇଛନ୍ତି । ଅଞ୍ଚଳର ଆରାଧ୍ୟ ଠାକୁର ବାବା ଚମ୍ପେଶ୍ଵର ଙ୍କ ନାମରେ ଭଜନ ଗାଇ ଗାଇ ନିଜ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି । 


ବାବା ଚମ୍ପେଶ୍ଵର ପାରେ ସୁଦୟା କର ହେ ପାର୍ବତୀ ପତି ପ୍ରଭୁ ଶିବ ଶଙ୍କର ଭଜନ ଗାଇ ପ୍ରଚାର କରୁଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ଜିଲ୍ଲା ପରିଷଦର ଏକ ନମ୍ବର ଜୋନ ବିଜେଡି ପ୍ରାର୍ଥୀ ରଂଜିତ କୁମାର ରଥ ଙ୍କ ପାଇଁ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଖୋଦ୍ ମଙ୍ଗ ଧରିଛନ୍ତି। ଚଳିତ ନିର୍ବାଚନରେ ଏହି ଏକ ନମ୍ବର ଜୋନ ପାଇଁ ବିଜେଡି ଦଳର ପ୍ରାର୍ଥୀ ଭାବେ ରଂଜିତ କୁମାର ରଥ ନିର୍ବାଚନ ମଇଦାନରେ ଓହ୍ଲାଇ ଥିବା ବେଳେ ବିଜେଡି ଦଳ ର ପ୍ରାର୍ଥୀ ଙ୍କୁ ଜିତାଇବା ପାଇଁ ମନ୍ତ୍ରୀ ନିଜେ ଭୋଟ ମାଗୁଛନ୍ତି । ନବୀନ ପଟ୍ଟନାୟକଙ୍କ ଜନହିତ କାରୀ ଯୋଜନା ଓ ଗାଁ ର ବିକାଶ କୁ ପାଥେୟ କରି ଭୋଟ ଭିକ୍ଷା କରୁଥିବା ଦେଖାଦେଇଛି।

Post a Comment

Previous Post Next Post