ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକରେ ତୃତିୟ ପର୍ଯ୍ୟାୟ ଭୋଟ ପାଇଁ ପ୍ରସ୍ତୁତି


ସୁବର୍ଣ୍ଣପୁର (ଗଣପତି ବାଘ) ସୁବର୍ଣ୍ଣପୁର ଜିଲ୍ଲାରେ ଆସନ୍ତାକାଲି ତ୍ରୀସ୍ତରୀୟ ପଚାଂୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ଏଥିରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକର ୨ଟି ଜିଲ୍ଲାପରିଷଦ ଆସନ ଓ ୨୧ଟି ପଚାଂୟତ ପାଇଁ ଭୋଟ ଗ୍ରହଣ କରାଯିବ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ତରଭା ବ୍ଲକ ପରିସରରେ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇ ପୋଲିଂ ପାର୍ଟି ମାନଙ୍କୁ ବ୍ଲକର ବିଭିନ୍ନ ବୁଥମାନଙ୍କୁ ପଠା ଯାଉଛି । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିବାକୁ ପୋଲିସ ବାହାନୀଙ୍କୁ ମଧ୍ୟ ଆଜିଠାରୁ ବୁଥଗୁଡିକୁ ପଠାଯାଉଛି ।


 ତରଭା ବ୍ଲକର ୮ଜଣ ଜିଲ୍ଲାପରିଷଦ ପ୍ରାର୍ଥୀ , ୫୧ଜଣ ସରପଚଂ , ୬୩ଜଣ ସମିତି ସଭ୍ୟ ଓ ୬୬ଜଣ ୱାଡମେମ୍ଭର ପ୍ରାର୍ଥିଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୬୧ହଜାର ୫୭୫ଜଣ ଭୋଟର । ବ୍ଲକରେ ଜିଲ୍ଲାପ୍ରସାଶନ ୨୬୨ଟି ବୁଥ କରିଥିବା ବେଳେ ସକାଳ ୭ଟାରୁ ଦିନ ୧ଘଣ୍ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ଆଜି ତରଭା ବ୍ଲକ କାର୍ଯ୍ୟାଳୟରୁ ରୁ ସମସ୍ତ ପୋଲିଙ୍ଗ ପାର୍ଟି ମାନଙ୍କୁ ଭୋଟଗ୍ରହଣର ସମସ୍ତ ସାମଗ୍ରୀ ଦେଇ ବୁଥ ମାନଙ୍କୁ ପଠାଯାଉଥିବା ଦେଖିବାକୁ ମିଳିଛି । ପ୍ରଥମ ଏବଂ ଦ୍ଵିତୀୟ ପର୍ଯ୍ୟୟ ଭୋଟ ଗ୍ରହଣ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଥିବା ବେଳେ ତୃତୀୟ ପର୍ଯ୍ୟାୟ ଭୋଟ ପ୍ରକିୟା କରିବାକୁ ଜିଲ୍ଲାପ୍ରସାଶନ ଉଚ୍ଚ ପଦାଧିକାରୀମାନେ ତପ୍ତର ଥିବା ଦେଖାଯାଇଛି ।

Post a Comment

Previous Post Next Post