ରିପୋର୍ଟର // ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେର
ବୌଦ୍ଧ,(ଆଜତକ୍ ଓଡ଼ିଶା) ହରଭଙ୍ଗା ବ୍ଲକ ଆଡେନିଗଡ଼ ଗ୍ରାମରେ ସ୍ତ୍ରୀ ଟାଙ୍ଗିଆ ଚୋଟରେ ସ୍ୱାମୀ ର ମୃତ୍ୟୁ, ହୋଇଥିବା ର ଏକ ଅଭାବନୀୟ ଘଟଣା ଘଟିଛି!ସୂଚନା ମତେ ଆଜି ଅପରାହ୍ନ 4.30 ସମୟରେ ଆଡେନିଗଡ ଗ୍ରାମର ଗଣେଶ ବଜାର ଠାରେ ଘଟିଛି ଏଭଳି ଘଟଣା!ସ୍ୱାମୀ ସ୍ତ୍ରୀ ର ପାରିବାରିକ କଳହ ରେ ସ୍ତ୍ରୀ କୁନୁ ମୁଖୀ (39)ଉତକ୍ଷିପ୍ତ ହୋଇ ସ୍ୱାମୀ ତରଣୀ ସେନ ପ୍ରଧାନ (45)ଙ୍କୁ ଟାଙ୍ଗିଆରେ ହାଣି ଘରୁ ଫେରାର ହୋଇଯାଇଥିଲେ!ରକ୍ତାକ୍ତ ଅବସ୍ଥାରେ ହରଭଙ୍ଗା ଦମକଳ ବାହିନୀ ଶ୍ରୀ ମୁଖୀ ଙ୍କୁ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣି ଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ!ଘଟଣା ସ୍ଥଳରେ ଆଡେନିଗଡ ପୋଲିସ ପହଞ୍ଚି ଘଟଣା ର ତଦନ୍ତ ଚଳାଇଛି!ଟାଙ୍ଗିଆରେ ହାଣି ଆସାମୀ କୁନୁ ମୁଖୀ ଫେରାର ଥିବାର ଫାଣ୍ଡି ଅଧିକାରୀ ସନ୍ତୋଷ ମଲ୍ଲିକ ପ୍ରକାଶ କରିଛନ୍ତି!ମୃତ ତରଣୀ ପ୍ରଧାନ ଲୁଣିବାହଲ ଗ୍ରାମ ରୁ ଆସି ଅଡେନିଗଡ ଗ୍ରାମ ର ନାରାୟଣ ମୁଖୀ ଙ୍କ ଘରେ ଘର ଜ୍ୱାଇଁ ହୋଇ ରହିଥିଲେ।ତାଙ୍କର ଛୋଟ ଛୋଟ 3 ଟା ଝିଅ ଓ ଗୋଟିଏ ପୁଅ ଅଛନ୍ତି ।
ବୌଦ୍ଧରୁ ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ଆଜତକ ଓଡ଼ିଶା
ମହିଳା କମିଶନ ର ମତାମତ କଣ
ReplyDeletePost a Comment