ରାଜ୍ୟସ୍ତରୀୟ ମହିଳା ଭଲିବଲ ଟୁର୍ଣ୍ଣାମେଣ୍ଟ ନେଇ ବୌଦ୍ଧରେ ପ୍ରସ୍ତୁତି ଜୋରଦାର


ରିପୋର୍ଟର // ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ 

ବୌଦ୍ଧ,(ଆଜତକ୍ ଓଡ଼ିଶା)ରାଜ୍ୟସ୍ତରୀୟ ୬୯ତମ ସିନିୟିର ମହିଳା ଦଳ ଭଲିବଲ ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୧ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ବୌଦ୍ଧର ଷ୍ଟାଡିୟମ ପଡିଆଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ  ବୌଦ୍ଧ ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।  ପ୍ରଶାସନ ପକ୍ଷରୁ ଷ୍ଟାଡିୟମ ପଡିଆରେ ପ୍ରସ୍ତୁତି କାର୍ଯ୍ୟ ଜୋରସୋର ଭାବରେ ଚାଲୁଅଛି । ରାଜ୍ୟୃ ଭଲିବଲ ସଂଘ ଆନୁକୂଲ୍ୟରେ ଓ ଜିଲା କ୍ରିଡା ସଂଘର ସହଯୋଗରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟ୍ ର  ପ୍ରସ୍ତୁତି ଓ ତଦାରଖ ପାଇଁ ବୌଦ୍ଧ ତହସିଲଦାର ଅବିନାଶ ପାଣ୍ଡିଆଙ୍କୁ ସ୍ୱତନ୍ତ୍ର ୂଭାବରେ ଦାୟିତ୍ୱ ପ୍ରଦାନ କରାଯାଇଛି । ଖେଳକୁ ଆକର୍ଷଣୀୟ କରିବା ପାଇଁ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ଉଦ୍ୟମ ଆରମ୍ଭ କରିଥିବା ବେଳେ ମଙ୍ଗଳବାର ଦିନ ସନ୍ଧ୍ୟାରେ ଜିଲା ସୁଚନା ଓ ଲୋକସଂପର୍କ ବିଭାଗ  ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ମିଳିତ ଭାବେ ଡାକବାଜି ଯନ୍ତ୍ର ଦ୍ୱାରା ସହର ସାରା ପ୍ରଚାର କରାଯାଇଛି । ଷ୍ଟାଡିୟମ ରାସ୍ତାକୁ ବିଭିନ୍ନ ପ୍ରକାର ରଙ୍ଗିନ ଆଲୋକରେ ସଜ୍ଜିତ କରାଯାଇଥିବାବେଳେ ସହର ବିଭିନ୍ନ ସ୍ଥାନରେ ତୋରଣ ଓ ହୁଡିଂ ସବୁ ଲଗାଯାଇଛି ।   ଜିଲାରେ ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ  ମହିଳା ଭଲିିବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେଉଥିବାରୁ  ଜିଲାର ସମସ୍ତ କାର୍ଯ୍ୟାଳୟର ଅଧିକାରୀ ଏବଂ ମହିଳା କର୍ମଚାରୀ , ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରୀ ମାନେ ବହୁ ସଂଖ୍ୟାରେ ଯୋଗ ଦାନ କରି  ଖେଳାଳି ମାନଙ୍କୁ ଉତ୍ସାହିତ କରିବାକୁ ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା ଅନୁରୋଧ କରିଛନ୍ତି । ଜିଲାପାଳ ଲଲାଟେନ୍ଦୁ ମିଶ୍ର  ଜିଲାର ସମସ୍ତ ମହିଳାମାନେ ଉପସ୍ଥିତ ରହି ଏହି ଖେଳକୁ ଉପଭୋଗ କରିବା ସହ  ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବାକୁ  ଅନୁରୋଧ କରିଛନ୍ତି ।  ଟୁର୍ଣ୍ଣାମେଣ୍ଟର ସମସ୍ତ ଖେଳ ଦିନ ୧୦ ଟାରୁ ଆରମ୍ଭ ହୋଇ ରାତ୍ରି ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଜିଲା କ୍ରିଡା ସଂଘର ସମ୍ପାଦକ ରବିନ୍ଦ୍ର କୁମାର ରାଉତ ସୂଚନା ପ୍ରଦାନ କରିଛନ୍ତି ।

Post a Comment

Previous Post Next Post