୧୦୦ ସିଟ ବାଳିକା ଛାତ୍ରୀନିବାସ ଭୂମି ପୂଜନ ଓ ଉଚ୍ଚ ମାଧ୍ୟମିକ ଶ୍ରେଣୀ ଉଦଘାଟନ


ରିପୋର୍ଟର // ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେର

ବୌଦ୍ଧ,(ଆଜତକ୍ ଓଡ଼ିଶା) ବୌଦ୍ଧ ସଦର ବ୍ଲକ ତେତେଲେଙ୍ଗା ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ୧୦୦ସିଟ ବାଳିକା ହଷ୍ଟେଲ ଭୂମି ପୂଜନ ଓ ଉଚ୍ଚ ମାଧ୍ୟମିକ ଶ୍ରେଣୀ ଉଦଘାଟନ ହୋଇଯାଇଛି । ମୁଖ୍ୟ ଅଥିତି ଭାବେ ବୌଦ୍ଧ ବିଧାୟକ ପ୍ରଦୀପ ଅମାତ ଯୋଗଦେଇ ଭୂମି ପୂଜନ ଓ ଉଦଘାଟନ କରିଥିଲେ । ବୌଦ୍ଧ ଜିଲ୍ଲାପାଳ ତଥା ସଭାପତି ବିଦ୍ୟାଳୟ ପରିଚାଳନା ବିକାଶ କମିଟି ଲଲାଟେନ୍ଦୁ ମିଶ୍ରଙ୍କ ସଭାପତିତ୍ତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସର୍ବ ପ୍ରଥମେ ଶିକ୍ଷାର ଦେବତା ଅ ଗ୍ରପୂଜ୍ୟ ଗଜାନନଙ୍କ ଠାରେ ପୂଜାକଲା ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଉଦଘାଟନୀ ସଂଗୀତଗାନ କରାଯାଇଥିଲା । ସଭାରେ ସଂମ୍ମାନିତ ଅଥିତି ଭାବେ ପି.ଡି.

ଡି ଆର.ଡି.ଏ ଅଶ୍ୱିନୀ କୁମାର ମେହେର, ରାସ୍ତା ଓ କୋଠାବାଡ଼ି ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ମନୋଜ ତ୍ରିପାଠୀ, ନିର୍ବାହୀ ଯନ୍ତ୍ରୀ ଇଂ ଶାନ୍ତନୁ ନାୟକ, ସହକାରୀ ଯନ୍ତ୍ରୀ ଇଂ ଜଗନ୍ନାଥ ବିଶ୍ୱାଳ, ମୃଶୁଣ୍ଢୀ ସରପଞ୍ଚ ମଧୁମତୀ ବେହେରା, ବ୍ଲକ ଉପାଧକ୍ଷ ମନୋ ରଞ୍ଜନ ପୁରୋହିତ, ଅଭିଭାବକ-ଶିକ୍ଷକ ସଙ୍ଘ ସଭାପତି ସ୍ବାଧୀନ ବିଶ୍ୱାଳ, ମୋ ସ୍କୁଲ ଅଭିଯାନ ସଭାପତି ରାଜକୁମାର ପ୍ରଧାନ ମଞ୍ଚାସିନ ଥିଲେ । ମଞ୍ଚ ପରିଚାଳନା କରିଥିଲେ ବିଜ୍ଞାନ ଶିକ୍ଷୟତ୍ରୀ ସୁଶ୍ରୀ ନିହାରବାଳା ବେହେରା । ଅଥିତି ମାନଙ୍କୁ ସ୍ୱାଗତ କରିଥିଲେ ବିଦ୍ୟାଳୟ ଅଧ୍ୟକ୍ଷ ହରେକୃଷ୍ଣ ବେହେରା, ବିଦ୍ୟାର୍ଥୀ ପ୍ରତିନିଧି ଇତିଶ୍ରୀ ମହାକୁଡ଼ ସଫଳତା ଓ ସମସ୍ୟା ସମ୍ପର୍କରେ ଉପସ୍ଥାପନା କରିଥିଲେ । ଏହି ଅବସରରେ କୃତିପ୍ରତିଯୋଗୀ ମାନଙ୍କୁ ପୁରୋସ୍କୃତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅଭିଭାବକ ପ୍ରତିନିଧି କୃତ୍ତିବାସ ପଲିଆ, ମାନସ ପୁରୋହିତ, ଜଗବନ୍ଧୁ ପାତ୍ର, ପ୍ରଭାତ ଚନ୍ଦ୍ର ପ୍ରଧାନ, କୃଷ୍ଣଚନ୍ଦ୍ର ସେଠି ଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ । ଶେଷରେ ହିନ୍ଦୀ ଶିକ୍ଷକ ଦେବବ୍ରତ ପ୍ରଶାୟତ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Post a Comment

Previous Post Next Post