ବେଆଇନ ଭାବେ ଚାଲୁଛି ସାଲାସର ପାଇପ୍ସ ଫେକ୍ଟ୍ରି : ଜମି ହଡପ ଅଭିଯୋଗରେ ଥାନାରେ ମାମଲା ରୁଜୁ


କଣ୍ଟାବାଞ୍ଜି, (ଆଜତକ୍ ଓଡ଼ିଶା) ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ୱାର୍ଡ ନମ୍ବର ୧୪ରେ ଥିବା ସାଲାସର ପାଇପ୍ସ ଫେକ୍ଟ୍ରି ସରକାରଙ୍କ ଆଖିରେ ଧୁଲି ଦେଇ ବେଆଇନ ଭାବେ ଚାଲୁଥିବା ଅଭିଯୋଗ ହେଉଛି । ଗୋଟିଏ ପାଇପ୍ସ ଫେକ୍ଟ୍ରି ତିଆରି କରିବା ପାଇଁ ଯାହା କିଛି କାଗଜ ପତ୍ର ଦରକାର ପଡିଥାଏ ସେହି ସବୁ କାଗଜ ପତ୍ର ସାଲାସର ପାଇପ୍ସ ଫେକ୍ଟ୍ରି ପାଖରେ ନଥିବା ଅଭିଯୋଗ ଆସିଛି । ସାଲାସର ପାଇପ୍ସ ଫେକ୍ଟ୍ରି ମାଲିକ ବେଦ ପ୍ରକାଶ ଶର୍ମା ( ବିଟ୍ଟୁ ଶର୍ମା) , କୁଲଦିପ ଶୁକ୍ଲା, ତପନ ଶର୍ମା ନାଁରେ ଏହି ପାଇପ୍ସ ଫେକ୍ଟ୍ରି ଥିବା ଜଣାଯାଇଛି । ଏହି ପାଇପ୍ସ ଫେକ୍ଟ୍ରି ମାଲିକ ନକଲି କାଗଜ ପତ୍ର ବ୍ୟାଙ୍କରେ ଦେଇ ଲକ୍ଷାଧିକ ଟଂକାର ଋଣ ନେଇଥିବା ମଧ୍ୟ ଅଭିଯୋଗ ହେଇଛି । ଅନ୍ୟ ପକ୍ଷରେ କଣ୍ଟାବାଞ୍ଜିର ଆଶିଷ କୁମାର ଅଗ୍ରୱାଲ ନାଁରେ ଥିବା ୨ ହଜାର ଫୁଟ ଜମି ହଡପ କରି ପାଇପ୍ସ ଫେକ୍ଟ୍ରି ତିଆରି କରିଥିବା କଣ୍ଟାବାଞ୍ଜି ଥାନାରେ ଅଭିଯୋଗ ହୋଇଛି । କେସ କଣ୍ଟାବାଞ୍ଜି ଥାନା କେସ ନମ୍ବର ୧୬୦/୨୧ ( ଆଇପିସି ଧାରା – ୪୨୦, ୪୪୮, ୩୪ ) ରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି । ଏହି ମାମଲା ଖୋଦ ଥାନା ଅଧିକାରି ସତ୍ୟଜିତ କନ୍ଦେଲକେତ ତଦନ୍ତ ଭାର ନେଇଥିବା ଜଣାଯାଏ ।


ବେଦ ପ୍ରକାଶ ଶର୍ମା ଓରଫ ବିଟ୍ଟୁ ଶର୍ମାଙ୍କ ନାଁରେ ଏକାଧିକ ଅପରାଧିକ ମାମଲା ରୁଜୁ ଥିବା ବେଳେ ୨୦୧୮ ମସିହାରେ ଏକ କେସରେ ( ଆଇପିସି ଧାରା ୧୭୭ ଭୁଲ ତଥ୍ୟ ଦେବା , ୧୮୨ ସରକାରି ଅଧିକାରିଙ୍କୁ ମିଛ କହିବା, ୧୯୯ ବିଭ୍ରାନ୍ତିକର ପ୍ରମାଣ ଉପସ୍ଥାପନ, ୨୦୦ ଉଦ୍ଦେଶ୍ୟ ମୁଲକ ଭାବେ ମିଛକୁ ସତ କରିବାକୁ ଉଦ୍ୟମ, ୨୫୪ ଗାଲି ଗୋଲଜ କରିବା, ୫୦୬ ହତ୍ୟା ଧମକ ଦେବା, ୫୦୭ ଅଜଣା ବ୍ୟକ୍ତିକୁ ଧମକ ଦେବା ଭଲି ଅପରାଧିକ ସଂଗିନ ଧାରା ସହ ଆଇଟି ଧାରା ୬୭ ସାଇବର ସଂପୃକ୍ତ ଅପରାଧ ) ରେ ଜେଲ ଯାଇଥିଲେ । ବିଟ୍ଟୁ ଶର୍ମା ବିରୁର୍ଦ୍ଧରେ ବାଉନ୍ସ ଚେକ, ଏକାଧିକ ମାମଲା ଜେଏମଏଫସି , ଏଡିଜେ କୋର୍ଟରେ ବିଚାରଧିନ ଥିବା ଜଣାଯାଏ । ବିଟ୍ଟୁ ଶର୍ମା ନାଁରେ ପୁର୍ବରୁ ମଧ୍ୟ ଏଭଲି ସଂଗିନ ଅଭିଯୋଗ ଥିବା ବେଳେ ଏବେ ମଧ୍ୟ ସେ ନିଜର ଅପରାଧିକ କାର୍ଯ୍ୟକଲାପ ଜାରି ରଖିଥିବା ଅଭିଯୋଗ ହେଉଛି ।

Post a Comment

Previous Post Next Post