୨୦ରୁ ସରିଆଁ ହାଇସ୍କୁଲର ରଜତ ଜୟନ୍ତୀ ସମାରୋହ

ଆଜତକ ଓଡ଼ିଶା
0


ଭବାନୀପାଟଣା (ସ୍ବାସ୍ତିଦୀପ ଆଦିତ୍ୟ) : ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସରିଆଁର ରଜତ ଜୟନ୍ତୀ ସମାରୋହ ଡିସେମ୍ବର ୨୦ ଓ ୨୧ ତାରିଖ ଦୁଇ ଦିନ ଧରି ପାଳିତ ହେବ। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ୍ ସରିଆଁ ସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଏନେଇ ପ୍ରସ୍ତୁତି ଜୋରଦାର ହୋଇଥିବା ପୁରାତନ ଶିକ୍ଷାର୍ଥୀ ସଂସଦର ସଭାପତି ଓମପ୍ରକାଶ ଛତ୍ରିଆ ସୂଚନା ଦେଇଛନ୍ତି। ପ୍ରଥମ ଦିବସରେ ମଶାଲ ଯାତ୍ରା, ଉଦଘାଟନୀ ସମାରୋହ, ଗୁରୁପୂଜନ, ବନ୍ଧୁମିଳନ, ସାନ୍ଧ୍ୟ ଅଧିବେଶନ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସାମାଜିକ ନାଟକ ପରିବେଷିତ ହେବ। ସେହିପରି ଦ୍ବିତୀୟ ଦିବସରେ ସମ୍ବର୍ଦ୍ଧନା ପର୍ବ, ଆଲୋଚନାଚକ୍ର, ଉଦଯାପନୀ ସମାରୋହ, ସାଂସ୍କୃତିକ କାର୍ଯ୍ୟକ୍ରମ, ଗୀତିନାଟ୍ୟ ଓ ସମ୍ବଲପୁରୀ ମେଲୋଡ଼ି ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହେବା ସହ ସ୍ମରଣିକା ଉନ୍ମୋଚନ ଏବଂ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ପୁରାତନ ଶିକ୍ଷାର୍ଥୀ ସଂସଦର ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ଏହି ସମାରୋହରେ ସମସ୍ତେ ଉପସ୍ଥିତ ରହିବାକୁ ଉପସଭାପତି ବିଜୟ ଧଙ୍ଗଡ଼ାମାଝୀ,ରଘୁନାଥ ଦୀପ,ମନୋଜ ପଟ୍ଟନାୟକଙ୍କ ସମେତ ସଂସଦର କାର୍ଯ୍ୟକର୍ତ୍ତାମାନେ ବିଶେଷ ଅନୁରୋଧ କରିଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*

3/related/default