ଜଳେଶ୍ୱର,୭/୧୨ (ଜଗନ୍ନାଥ ଗୋଛାୟତ) ବର୍ତ୍ତନା ସ୍ଥିତ ଶ୍ରୀଅରବିନ୍ଦ ଭବନ ପରିସରରେ ଶ୍ରୀଅରବିନ୍ଦ ଙ୍କ ଶ୍ରୀତନୁ ସ୍ମାରକୀ ପ୍ରତିଷ୍ଠା ମହା ମହୋତ୍ସବ ଆସନ୍ତା ୧୪ତାରିଖରେ ହେବ ବୋଲି ରବିବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଶ୍ରୀଅରବିନ୍ଦ ଙ୍କ ଶ୍ରୀତନୁ (ଦେହାଂଶ) ପଣ୍ଡିଚେରୀ ଆଶ୍ରମରୁ ଅଣାଯାଇ ମାଣିତ୍ରୀ ଆଶ୍ରମ ପରେ ଭେଲୋରା ସ୍ଥିତ ଯୋଗ ମନ୍ଦିରରେ ରଖାଯାଇ ଉକ୍ତ ଦିନ ବନ୍ଦେ ମାତରମ ଗାନ କରି ଏକ ବାଇକ୍ ଶୋଭାଯାତ୍ରାରେ ବତ୍ତର୍ନା ପର୍ଯ୍ୟନ୍ତ ଅଣାଯିବା ସହିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମାର୍ଚ୍ଚଫାଷ୍ଟ ଅଭିବାଦନ କରାଯାଇ ଶ୍ରୀତନୁ କୁ ପ୍ରତିଷ୍ଠା କରାଯିବା । ତତ୍ପରେ ସାମୁହିକ ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପୂର୍ବାହ୍ନରେ ଭାରତର ଆଧ୍ୟାତ୍ମୀକ ପତାକା ଉତ୍ତୋଳନ କରାଯିବାକୁ ଥିବା ବେଳେ ଅପରାହ୍ନରେ ପଣ୍ଡିଚେରୀରୁ ଆସିଥିବା ସାଧକଙ୍କ ଦ୍ୱାରା ସତ୍ସଙ୍ଗ ପରେ ସଂଧ୍ୟାରେ ଆଧ୍ୟାତ୍ମିକ ପତାକାକୁ ଅବତରଣ କରାଯିବ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ର ଅଧ୍ୟକ୍ଷ ସନ୍ଦିପ କୁମାର ସାମଲ, ଆନନ୍ଦମୟୀ ପାଠଚକ୍ର ଟ୍ରଷ୍ଟର ସଂପାଦକ ଅର୍ଚ୍ଚନା ସାମଲ, ସଦସ୍ୟ ବୈଦ୍ୟନାଥ ବେହେରା, ନରେନ୍ଦ୍ର କୁମାର ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।
ଆସନ୍ତା ୧୪ରେ ଶ୍ରୀଅରବିନ୍ଦ ଶ୍ରୀତନୁ ସ୍ମାରକୀ ପ୍ରତିଷ୍ଠା ମହୋତ୍ସବ ଲାଗି ସାମ୍ୱାଦିକ ସମ୍ମିଳନୀ
Sunday, December 07, 2025
0

Tags