କଣ୍ଟାମାଳ ହାଇସ୍କୁଲରେ ଜାତୀୟ ବିପର୍ଯ୍ୟୟପରିଚାଳନା ସଚେତନତା

ଆଜତକ ଓଡ଼ିଶା
0

ନ୍ୟୁଜ ବ୍ୟୁରୋ : କଣ୍ଟାମାଳ ବ୍ଳକ ସଦର ସରକାରୀ ଉଚ୍ଚ ବିଦ୍ୟାଳୟରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ବାହିନୀ ପକ୍ଷରୁ ବିପତ୍ତି ଓ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ହେମବନ୍ତି ବାଘଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନା ବିଭାଗ ମୁଖ୍ୟ ପରିଚାଲକ ନବ କିଶୋର ପ୍ରଧାନ ଓ ସ‌ହଯୋଗୀ କର୍ମଚାରୀଙ୍କ ଦ୍ଵାରା ବିଜୁଳି, ବନ୍ୟା,ବାତ୍ୟା,ଭୂମିକମ୍ପ,ଅଗ୍ନି ନିରାପତ୍ତା, ସାପ କାମୁଡା, ଦୁର୍ଘଟଣାର ପ୍ରାଥମିକ ଚିକିତ୍ସା ପ୍ରଣାଳୀ ଆଦି ବିଷୟରେ ବୁଝାଇଥିଲେ ।ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସାଧନା କର୍ମୀ ତଥା ଶିକ୍ଷକ ବନମାଳୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ତାଲିମ୍ ଗ୍ରହଣ କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default