ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ଖରିଫ ଧାନ କ୍ରୟ କମିଟି ବୈଠକ, ଡିସେମ୍ବର ୦୩ ତାରିଖରୁ ଧାନ କ୍ରୟ ଆରମ୍ଭ ହେବ

ଆଜତକ ଓଡ଼ିଶା
0

ନୂଆପଡ଼ା (ବିରବଲ ପ୍ରଧାନ)
ନୂଆପଡ଼ା ଜିଲ୍ଲାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଖରିଫ ଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସଦଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ବିଧାୟକ ଖଡିଆଳ ଅଧିରାଜ ମୋହନ ପାଣିଗ୍ରାହୀ , ବିଧାୟକ ନୂଆପଡା ଜୟ ଢୋଲକିଆ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ, ସାଂସଦଙ୍କ ପ୍ରତିନିଧି ପ୍ରେମ୍ ଅଗ୍ରୱାଲ,ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ,ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁଜୁର, ଉପ ଜିଲ୍ଲାପାଳ ସୁର୍ମି ସୋରେନ୍,ଅତିରିକ୍ତ ଜିଲ୍ଲା ଉନ୍ନୟନ ଅଧିକାରୀ କ୍ଷମାନିଧି ଭୋଇ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଣଜିତ୍ ନାୟକ, ଡି ଆର୍ ସି ଏସ୍ ଶିବ ପ୍ରସାଦ ସ୍ୱାଇଁ, ଜିଲ୍ଲା ଯୋଗାଣ ଅଧିକାରୀ ତ୍ରିନାଥ ଭୋଇ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ନାୟକ, ସମସ୍ତ ବିଡ଼ିଓ, ତହସିଲଦାର, ଆର୍ ଏମ୍ ସି ସମ୍ପାଦକ, ମିଲର ପ୍ରତିନିଧି, ବିଭିନ୍ନ ପ୍ରାଥମିକ କୃଷି ସମବାୟ ସମିତି ସମ୍ପାଦକ, କୃଷକ ପ୍ରତିନିଧି ପ୍ରମୁଖ ଯୋଗଦାନ କରିଥିଲେ । କିଭଳି ଭାବରେ ସୁରୁଖୁରୁରେ ଜିଲ୍ଳାରେ ଖରିଫ ଧାନ ସଂଗ୍ରହ ହୋଇପାରିବ ତା ଉପରେ ଜିଲ୍ଲାପାଳ ଗୁରୁତ୍ଵ ଦେଇଥିଲେ । ଡିସେମ୍ବର ୦୩ ତାରିଖରୁ ଜିଲ୍ଲାରେ ପ୍ରଥମ ଧାନ କିଣା ଆରମ୍ଭ ହେବ ବୋଲି କମିଟି ରେ ସ୍ଥିର କରାଗଲା । ଉଭୟ ବିଧାୟକ ଧାନ କ୍ରୟ ପ୍ରକ୍ରିୟାରେ ଯେମିତି କୃଷକ ମାନେ କୌଣସି ସମସ୍ୟାର ସମ୍ମୁଖୀନ ନ ହେବେ ଏବଂ କଟନି ଛଟନି ହେବ ନାହିଁ, ସେଥିପାଇଁ ପ୍ରଶାସନ ବିହୀତ ପଦକ୍ଷେପ ଗ୍ରହଣ କରିବା ପାଇଁ ମତ ରଖିଥିଲେ । ଜିଲ୍ଲା ଯୋଗାଣ ଅଧିକାରୀ ତ୍ରିନାଥ ଭୋଇ ବିବରଣୀ ପାଠ କରିଥିଲେ । ଏଥର ଜିଲ୍ଲାରେ ୫୧୩୪୧ ଜଣ ଚାଷୀ ଧାନ ବିକ୍ରି ପାଇଁ ପଂଜିକରଣ କରିଛନ୍ତି । ୬୮ ଟି ପ୍ରାଥମିକ କୃଷି ସମବାୟ କେନ୍ଦ୍ର ଓ ୧୦ଟି ମହିଳା ସ୍ଵୟଂ ସହାୟକ ଦଳ ଦ୍ୱାରା ପ୍ରଥମ ପର୍ଯ୍ୟାୟରେ ୧୩,୭୪,୦୦୦ କୁଇଣ୍ଟାଲ ଧାନ କିଣା ଯିବା ଲକ୍ଷ୍ୟ ରଖା ଯାଇଛି । ଗତବର୍ଷ ଖରିଫ ଋତୁରେ ୨୩,୦୨,୩୯୭ କୁଇଣ୍ଟାଲ ଧାନ କ୍ରୟ ହୋଇଥିଲା । ଏଥର କୁଇଣ୍ଟାଲ ପ୍ରତି ସହାୟକ ମୂଲ୍ୟ ୨୩୬୯ ଟଙ୍କା ଥିବାବେଳେ ୮୦୦ ଟଙ୍କା ରାଜ୍ଯ ସରକାରଙ୍କ ଦ୍ଵାରା ବୋନସ ପ୍ରଦାନ କରାଯିବ । ଗତ ବର୍ଷ ଧାର୍ଯ୍ୟ କଷ୍ଟମ ମିଲିଂ ଚାଉଳର ୮୨.୨୬ ପ୍ରତିଶତ ସରକାର କ୍ରୟ କରି ସାରିଛନ୍ତି । ଜିଲ୍ଲାପାଳ ଉଭୟ କୃଷକ ପ୍ରତିନିଧି ଏବଂ ମିଲର୍ ପ୍ରତିନିଧି ମାନଙ୍କ ଅଭିଯୋଗ ସହୃଦୟତାର ସହିତ ଶୁଣି ଏହାର ସମାଧାନର ରାସ୍ତା ବାହାର କରାଯିବ ବୋଲି ଆଶ୍ଵାସନା ଦେଇଥିଲେ । ଜିଲ୍ଲା ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ଘୋଷଣା ହୋଇଥିବାରୁ ମିଲର୍ ମାନେ ଅଖା ବସ୍ତା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିବେ ବୋଲି କହିଥିଲେ । ଜିଲ୍ଲାରେ ସୂଚାରୁ ରୂପେ ଖରିଫ୍ ଧାନ ସଂଗ୍ରହ ପାଇଁ ଜିଲ୍ଲାପାଳ ସମସ୍ତ ଚାଷୀ, ମିଲର ଏବଂ ସମ୍ପୃକ୍ତ ଅଧିକାରୀ ମାନଙ୍କ ସହଯୋଗ କାମନା କରିଥିଲେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default