ନୂଆପଡା ଉପନିର୍ବାଚନ ପାଇଁ ନିଯୁକ୍ତ ମାଇକ୍ରୋ ଅବ୍ଜର୍ଭରଙ୍କ ଅନ୍ତିମ ତାଲିମରେ ଯୋଗଦେଲେ ପର୍ଯ୍ୟବେକ୍ଷକ

ଆଜତକ ଓଡ଼ିଶା
0

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ  ମାଇକ୍ରୋ  ଅବ୍ଜର୍ଭର (ସୂକ୍ଷ୍ମ  ପର୍ଯ୍ୟବେକ୍ଷକ) ଙ୍କ ଅନ୍ତିମ ତାଲିମ ଶିବିର  ସ୍ଥାନୀୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଶିବିରରେ ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ପ୍ରକାଶ ବିନ୍ଦୁ ଓ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ  ମଧୁସୂଦନ ଦାଶ ଯୋଗଦେଇ  ମାଇକ୍ରୋ  ଅବ୍ଜର୍ଭର ମାନଙ୍କୁ ସେମାନଙ୍କ ଗୁରୁଦାୟିତ୍ଵ ସମ୍ବନ୍ଧରେ ଅବଗତ କରାଇଥିଲେ । ଜିଲ୍ଲାପାଳ କହିଲେ ଯେ ମାଇକ୍ରୋ  ଅବ୍ଜର୍ଭର ମାନେ ହେଉଛନ୍ତି ନିର୍ବାଚନ କମିଶନର  ତଥା ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ଆଖି ଓ କାନ । ତାଙ୍କର ମୌଳିକ କାମ ହେଉଛି ମତଦାନ ପ୍ରକ୍ରିୟା ମୁକ୍ତ ଓ ନିରପେକ୍ଷ ଭାବରେ ସମ୍ପାଦିତ ହେବା ସହ ମତଦାନ ରେ କୌଣସି ପ୍ରକାରର ବାଧା ହେଉଛି କି ନାହିଁ  ଦେଖିବା ଏବଂ ବିଭିନ୍ନ ବିଷୟରେ ସାଧାରଣ ପର୍ଯ୍ୟବେକ୍ଷକଙ୍କୁ ରିପୋର୍ଟ କରିବା।ସେମାନେ ସମସ୍ତେ ନିଷ୍ଠାର ସହିତ ଦାୟିତ୍ବ ନିର୍ବାହ କରିବେ । ମତଦାନ ଆରମ୍ଭ ହେବାର ଅତି କମରେ ୯୦ ମିନିଟ୍ ପୂର୍ବରୁ ମାଇକ୍ରୋ ପର୍ଯ୍ୟବେକ୍ଷକ ମାନେ ମତଦାନ କେନ୍ଦ୍ରରେ ପହଞ୍ଚିବେ । ସେମାନେ ମତଦାନ କେନ୍ଦ୍ରରେ ପ୍ରସ୍ତୁତିର ମୂଲ୍ୟାଙ୍କନ, ନିଶ୍ଚିତ ସର୍ବନିମ୍ନ ସୁବିଧାର ଉପଲବ୍ଧତା ଯାଞ୍ଚ କରି ପ୍ରମାଣ ପତ୍ର ଦେବେ ।

ନିର୍ବାଚନରେ ବ୍ୟବହୃତ ଇଭିଏମ୍, ଭିଭିପାଟ ସଠିକ୍ ପରିଚାଳନା ଏବଂ ଆବଶ୍ୟକ କାଗଜାତ ପୁରଣ କରିବାକୁ ସେମାନଙ୍କୁ ଆଉଥରେ ସୂଚାଇ ଦିଆଯାଇଥିଲା । ମକପୋଲ କୁ ଠିକ୍ ଭାବରେ କରିବା , ଏହା ସରିବାପରେ ସବୁ ଡାଟା ଦିଲିଟ କରିବା, ଠିକ୍ ସମୟରେ ମତଦାନ ଆରମ୍ଭ କରିବା, ପ୍ରତି ଦୁଇ ଘଣ୍ଟାରେ ECINET ଆପ୍ ରେ ମତଦାନ ସଂଖ୍ୟା ଲୋଡ଼ିଂ କରିବା ଇତ୍ୟାଦି କାମରେ ପ୍ରିଯାଇଡିଂ ଅଧିକାରୀ ମାନଙ୍କୁ ସହଯୋଗ କରିବା ଇତ୍ୟାଦି ସବୁ ବିଷୟ ଉପରେ ସୂଚନା ଦିଆ ଯାଇଥିଲା । ଡେପୁଟି କଲେକ୍ଟର ଇଲେକ୍ସନ ଶେଖ୍ ନସିମ୍ ଇଲେକ୍ସନ ଅବ୍ଜର୍ଭର ମାନଙ୍କ ସଂପୂର୍ଣ୍ଣ ଦାୟୀତ୍ଵ ସମ୍ବନ୍ଧରେ ପାୱାର ପଏଣ୍ଟ୍ ମାଧ୍ୟମରେ ଉପସ୍ଥାପନା କରିଥିଲେ । ଏହି ତାଲିମ ଶିବିର ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁଜୁର,ଏପିଡି କ୍ଷମାନିଧି ଭୋଇଙ୍କ  ସମେତ ସମସ୍ତ ମାଇକ୍ରୋ  ଅବ୍ଜର୍ଭର  ଅଧିକାରୀ ମାନେ ଯୋଗ ଦେଇଥିଲେ। ସମର୍ପିତ ଭାବରେ ନିଜ ନିଜ ଦାୟିତ୍ୱ ନିର୍ବାହ କରି ଆଗାମୀ ନିର୍ବାଚନ କୁ ଶତ ପ୍ରତିଶତ ସଫଳ କରିବା ପାଇଁ ଜିଲ୍ଲାପାଳ ମାଇକ୍ରୋ  ଅବ୍ଜର୍ଭର ମାନଙ୍କୁ ଆହ୍ବାନ ଦେଇଥିଲେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default