ଓସ୍ତପୁର-କୋଟପଲ୍ଲା ଗାଁରେ ଲାଗିଲା ୧୬୩ ଧାରା

ଆଜତକ ଓଡ଼ିଶା
0

ଭୁବନେଶ୍ୱର : (ସମୀର ରଞ୍ଜନ ନାୟକ) ଖୋର୍ଦ୍ଧା ଓସ୍ତପୁର-କୋଟପଲ୍ଲା ବଜାରରେ ପୁଣି ଲାଗିଲା ୧୬୩ ଧାରା । ଭାରତୀୟ ନାଗରିକ ସଂହିତା BNS ଧାରା ୧୬୩ ପୁଣି ବଳବତ୍ତର କଲେ ଜିଲ୍ଲା ପ୍ରସାଶନ। ବୁଧବାର ଦୁଇ ଗାଁ ମଧ୍ୟରେ ସୀମା ବିବାଦକୁ ନେଇ ଖଣ୍ଡଯୁଦ୍ଧ ପରେ ପୁଣି ୧୬୩ ଧାରା ବଳବତ୍ତର କରାଯାଇଛି । ଦୋକାନ ଭଙ୍ଗାରୁଜା, ପୋଡ଼ାଜଳା ସହ ଟେକାପଥର କାଚ ବୋତଲ ମାଡ଼ ହୋଇଥିଲା ।ବୁଧବାର ଉଭୟ ଗାଁ ମଧ୍ୟରେ ସୀମା ବିବାଦକୁ ନେଇ ଖଣ୍ଡଯୁଦ୍ଧ ହୋଇଥିଲା । ଦୋକାନ ଭଗାଂରୁଜା, ପୋଡାଜଳା ସହ ଟେକାପଥର ସହ କାଚ ବୋତଲ ମାଡ ହୋଇଥିଲା । ଉଭୟ ଗାଁ ମଧ୍ୟରେ ଉପୁଜିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୬୩ ଧାରା ଲାଗୁ କରାଯାଇଛି । ବାଘମାରୀ ଥାନା ଅଧିକାରୀଙ୍କ ରିପୋର୍ଟକୁ ଆଧାର କରି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ହନୁମାନ ବଟିକା ଠାରୁ ବାରିକ ପୋଖରୀ ପର୍ଯ୍ୟନ୍ତ ବିଏନଏସ ୧୬୩ ଧାରା ଲାଗୁ କରିଛନ୍ତି । ସେହିପରି ପରିସ୍ଥିତି ଶାନ୍ତ ପଡିଥିଲେ ମଧ୍ୟ ଏକ ପ୍ଲାଟୁନ ଫୋର୍ସ ବଜାର ସହ ଉଭୟ ଗାଁରେ ମୁତୟନ ରହିଛନ୍ତି ।

Post a Comment

0 Comments

Please Select Embedded Mode To show the Comment System.*

3/related/default