ସ୍ବେଛାସେବୀ ଙ୍କ ପ୍ରୟାସ ରେ ଦିବ୍ୟାଙ୍ଗ ତନ୍ମୟ ଙ୍କୁ ମିଳିଲା ହୁଇଲଚେୟାର


ଭବାନୀପାଟଣା : (ଧିରେନ୍ଦ୍ର ସୁନାନି) ଭବାନୀପାଟଣା ବ୍ଲକ ଗଣ୍ଡବାରଝୋଲା ପଞ୍ଚାୟତ ଭଟାଗୁଡା ଗାଁ ର ପାର୍ଥ ଭାଟି ଓ ଜ୍ୟୋତି ଭାଟି ଗତ ୨୦୧୫ ମସିହାରେ ବିବାହ କରିଥିଲେ । ଦୁହିଁଙ୍କ ଔରସରୁ ୨୦୧୬ ମସିହାରେ ଏକ ପୁତ୍ର ସନ୍ତାନ ହୋଇଥିଲା । ହେଲେ ପୁଅ ତନ୍ମୟ ଭାଟି (୧୦) ଜନ୍ମରୁ ଦିବ୍ୟାଙ୍ଗ ହୋଇଥିଲା । ଜନ୍ମରୁ ପୋଲିଓ ରେ ଆକ୍ରାନ୍ତ ହେତୁ ହାତ ଗୋଡ କାମ କରୁନାହିଁ । ତାର ଦୈନନ୍ଦିନ କାମ ପାଇଁ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ନେବାପାଇଁ ତା ମା ବୋହିକି ନିଅନ୍ତି । ଘରେ ଶୌଚାଳୟ ନଥିବାରୁ ବାହାରକୁ ନେଉଥିଲେ ମା  ଗତ କିଛିଦିନ ତଳେ ଏହି ସମସ୍ୟା ବିଷୟରେ ସ୍ବେଛାସେବୀ ଶ୍ରୀ ଯଶୋବନ୍ତ ରଣା ଜାଣିଥିଲେ । ଏହି ସମସ୍ୟା ବିଷୟରେ ଜାଣିବାପରେ ତନ୍ମୟ ଙ୍କ ଘରକୁ ଯାଇ ଶିଶୁ ର ସମସ୍ୟା ବିଷୟରେ ପଚାରି ବୁଝିଥିଲେ । ତାଙ୍କ ମା ଙ୍କ କହିବା ଅନୁସାରେ ତନ୍ମୟ ର ଦିବ୍ୟାଙ୍ଗ ପ୍ରମାଣପାତ୍ର ଥିଲେ ମଧ୍ୟ ଭତା, ହୁଇଲଚେୟାର ମିଳି ନାହିଁ ।ପଞ୍ଚାୟତ ପ୍ରତିନିଧି, ବ୍ଲକ ପ୍ରଶାସନ ଙ୍କୁ ବାରମ୍ବାର ଜଣେଇଥିଲେ ସୁଦ୍ଧା କେବଳ ପ୍ରତିଶୃତି ହିଁ ମିଳିଥିଲା । ଜ୍ୟୋତି ଙ୍କ ତଥ୍ୟ ଅନୁଯାଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ବୀରେନ୍ଦ୍ର କହର ଙ୍କ ସହ ଯୋଗାଯୋଗ କରି ଆଜି ତନ୍ମୟ କୁ ଏକ ହୁଇଲଚେୟାର ପ୍ରଦାନ କରିଛନ୍ତି । ଆସନ୍ତା ମାସରେ ତନ୍ମୟ କୁ ଭତା କିପରି ମିଳିବ ସେ ନେଇ ସମସ୍ତ ବ୍ୟବସ୍ତା କରୁଛନ୍ତି ସ୍ବେଛାସେବୀ । ସ୍ବେଛାସେବୀ ଙ୍କ ଏହିପରି କାର୍ଯକୁ ଗ୍ରାମବାସୀ, ବୁଦ୍ଧିଜୀବୀ ମହଲ ରେ ବେଶ ପ୍ରଶଂସା କରିଛନ୍ତି ।

Post a Comment

Previous Post Next Post