ସିନାପାଲି ଶିଶୁ ବିଦ୍ୟାମନ୍ଦିରର ୩୦ତମ ବାର୍ଷିକ କ୍ରୀଡ଼ା


ନୂଆପଡା (ପରମେଶ୍ୱର ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି ସରସ୍ୱତୀ ଶିଶୁ ବିଦ୍ଯାମନ୍ଦିରର ୩୦ତମ ବାର୍ଷିକ କ୍ରୀଡ଼ା ସ୍ଥାନୀୟ ଉଚ୍ଚ ବିଦ୍ଯାଳୟ ପଡ଼ିଆରେ ରବିବାର ଅନୁଷ୍ଠିତ ହୋଇଛି । ଏ ଅବସରରେ ବିଦ୍ଯାଳୟ ପରିଚାଳନା କମିଟି ସଂପାଦକ ବାମଦେବ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ କୁମ୍ୱରାଜ କଟା ଓ ସମ୍ମାନିତ ଅତିଥି ଭାବରେ ସଂକୁଳ ପ୍ରମୁଖ ତୁଳସୀରାମ ମେହେର, ବିଦ୍ଯାଳୟର ଉପଦେଷ୍ଟା ନନ୍ଦକୁମାର ପାତ୍ର, କୋଷାଧ୍ୟକ୍ଷ ବୈଷ୍ଣବ ମେହେର, ଶିକ୍ଷକ ଗୌତମ ମେହେର ପ୍ରମୁଖ ଯୋଗଦେଇ କ୍ରୀଡ଼ା ଉତ୍ସବକୁ ଉଦଘାଟନ କରିଥିଲେ। ଆୟୋଜିତ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ପ୍ରାୟ ୬୫୦ ଭାଇଭଉଣୀ ଭାଗ ନେଇଥିବା ବେଳେ ବିଜୟୀଙ୍କୁ ମେଡ଼ାଲ ଓ ସାର୍ଟିଫିକେଟ ଦେଇ ଉତ୍ସାହିତ କରାଯାଇଥିଲା ।

ସେହିପରି ସଂଧ୍ଯାରେ ଶ୍ରୀଦାସଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସମାରୋପ ସଭାରେ ଅତିଥି ଭାବରେ ବିଶିଷ୍ଟ ଆଇନଜ୍ଞ ସଞ୍ଜୟ ବେହେରା ଓ ଅବସରପ୍ରାପ୍ତ ଏବିଇଓ ଭାବଗ୍ରାହୀ ପଣ୍ତା ଉପସ୍ଥିତ ଥିଲେ । ଉଭୟ ସଭାରେ ପ୍ରଧାନଆଚାର୍ଯ୍ଯ ଚରଣ ନେତାମ ଅତିଥିଙ୍କ ସ୍ୱାଗତ ପରିଚୟ କରିଥିବା ବେଳେ ଆଚାର୍ଯ୍ଯ ସ୍ୱପ୍ନ କୁମାର କାଣ୍ତ ମଂଚ ସଂଚାଳନ କରିଥିଲେ ା ସକାଳୁ ସ୍ଥାନୀୟ ହନୁମାନ ମନ୍ଦିରରୁ ମଶାଲ ଆଣି ପଡ଼ିଆରେ ସ୍ଥାପନ କରାଗଲା ପରେ ବିଧି ଅନୁଯାୟୀ ବାର୍ଷିକ କ୍ରୀଡ଼ାର ଶୁଭାରମ୍ଭ ହୋଇଥିଲା । କ୍ରୀଡ଼ା ଆୟୋଜନରେ ବିଦ୍ଯାଳୟର ସମସ୍ତ ଆଚାର୍ଯ୍ଯ ଆଚାର୍ଯ୍ଯା, ସେବକ ସେବିକା ଓ ପରିଚାଳନା କମିଟି ସଦସ୍ଯ ସହଯୋଗ କରିଥିଲେ।

Post a Comment

Previous Post Next Post