ଅଶାନ୍ତ କାକଟପୁର : ବନ୍ଧୁକ ଦେଖାଇ ଅପରାଧୀ କରୁଛନ୍ତି ରାଜ ଟେର୍ ପାଉନି ପୋଲିସ


ପୁରୀ ୦୭/୧୦ (ଆଜତକ୍ ବ୍ୟୁରୋ) ଦିନକୁ ଦିନ ଅଶାନ୍ତ ହୋଇପଡିଛି କାକଟପୁର ବନ୍ଧୁକ ଦେଖାଇ ଅପରାଧୀ କରୁଛନ୍ତି ରାଜ ଟେର୍ ପାଉନି ପୋଲିସ। ଗତକାଲି ରାତ୍ର ୧୦ ଘଣ୍ଟିକା ମଧ୍ୟରେ ବଲରା ଠାରେ ଫ୍ଲିପକାର୍ଟ ଡେଲିଭରି କାଉଣ୍ଟର ରୁ ଦୁଇ ଜଣ ଯୁବକ ମୁହଁରେ ମାସ୍କ ହେଲମେଟ୍ ପିନ୍ଧି ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା, ମୋବାଇଲ, ସିସିଟିଭି ହାର୍ଡଡିସ୍କ ନେଇଯାଇଥିବା ନେଇ ସୁନିଲ ମହାପାତ୍ର ତେନ୍ତୁଳିଆଙ୍କ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଏ ସମ୍ପର୍କରେ କେସ୍ ନଂ ୨୦୪/୨୪ ଦଫା ୩୩୧(୬),୩୦୯(୬) ଆର୍ମ୍ସ ଆର୍ଟ ମାମଲା ରୁଜ୍ଜୁ ହୋଇଥିବା ବେଳେ ସାଇଟିଫିକ୍ ଟିମ୍, ସାଇବର ସେଲ ର ସହାୟତା ଲୋଡ଼ା ଯାଇଥିବା ନେଇ ଶ୍ରୀ ବେହେରା ପ୍ରେସ୍ ଇସ୍ତାହାରରେ ସୂଚନା ଦେଇଛନ୍ତି।ଗତ କିଛିଦିନ ପୂର୍ବରୁ କୁଣ୍ଢେଇ ହାଟରେ ହାଟ ଚାଲିଥିବା ବେଳେ ଗୁଳି ଫୁଟାଇ ଅପରାଧୀ ଆତଙ୍କରାଜ ଘଟାଇ ଆଖିରେ ଧୂଳି ଦେଇ ସୀମା ପାରି ହେବାରେ ସକ୍ଷମ ହେବାରେ ସଫଳ ହୋଇଥିବା ବେଳେ ମାସେ ନପୁରୁଣୁ ଥାନା ଠାରୁ ୧କିଲୋମିଟର ଦୂରରେ ବନ୍ଧୁକ ଦେଖାଇ ଲୁଟିବା ପ୍ରମାଣ ନଷ୍ଟ କରିବାରେ ସକ୍ଷମ ହୋଇଥିବା ରେ ସଫଳ ହେବା ନିଶ୍ଚିତ ଭାବେ କାକଟପୁର ପୋଲିସର ପାରିବା ପଣିଆ ଙ୍କୁ ପ୍ରଶ୍ନ କଲେଣି ବୁଦ୍ଧିଜୀବିମାନ ଶାନ୍ତ କାକଟପୁର କୁ ଅଶାନ୍ତ କରୁଛି କିଏ ପୋଲିସ ନାଁ ଅପରାଧୀ।

Post a Comment

Previous Post Next Post