ସୁବର୍ଣ୍ଣପୁର(ଗଣପତିବାଘ) ପଶ୍ଚିମ ଓଡିଶାର ଗର୍ବ ଓ ଗୌରବ ତଥା ସୁବର୍ଣ୍ଣପୁର ମାଟିର ସୁଯୋଗ୍ୟ ସନ୍ତାନ ଲୋକପ୍ରିୟ ଗାୟକ ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ଫକୀର ପଟ୍ଟନାୟକଙ୍କ ୯୪ ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଫକୀର ପଟ୍ଟନାୟକ ସୃତି କମିଟି ପକ୍ଷରୁ ନିଜର ଜନ୍ମ ମାଟି ସୋନପୁର ସହରର ଘୋଡାଘାଟ ପଡା ବଉଳତଳ ମଣ୍ଡପ ଠାରେ ଫକୀର ପଟ୍ଟନାୟକ ସଂଗୀତ ସଂଧ୍ୟାର ଆୟୋଜନ କରାଯାଇଥିଲା । ଯୁବ କଣ୍ଠଶିଳୀ ତଥା ସଂଗୀତ ନିର୍ଦ୍ଦେଶକ ଶାଶ୍ବତ ତ୍ରୀପାଠୀଙ୍କ ନେତୃତ୍ବରେ ପ୍ରାୟ ୧୧ ଜଣ ଗାୟକ ଫକୀର ପଟ୍ଟନାୟକଙ୍କ ବିଭିନ୍ନ ଲୋକଗୀତ ଗୁଡିକୁ ପରିବେଷଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।ସ୍ଥାନୀୟ କଣ୍ଠଶିଳ୍ପୀ କୈବଲ୍ୟ ମିଶ୍ର ଜୟ ଜୟ ମାଁ ଗୋ ଦୁର୍ଗତିନାଶିନୀ ମାଲେଶ୍ରୀ ଗୀତରୁ ସଂଗୀତ ସଂଧ୍ୟାର ଆରମ୍ଭ ହୋଇଥିଲା । ତେବେ ଫକୀର ପଟ୍ଟନାୟକ ୧୯୨୮ ମସିହାରେ ଜନ୍ମଗ୍ରହଣ କରିଥିବା ବେଳେ ସେ ୧୯୫୦ ମସିହାରୁ ତାଙ୍କର ସଂଗୀତ କ୍ୟାରିଅର ଆରମ୍ଭ କରି ସମ୍ବଲପୁର ଆକାଶ ବାଣୀର ଜଣେ କଣ୍ଠଶିଳ୍ପୀ ଭାବେ ସ୍ବୀକୃତି ପାଇଥିଲେ । ତାଙ୍କର ହଜାର ହଜାର ଲୋକଗୀତ ଏବେ ବି ଜନସାଧାରଣଙ୍କ ମନରେ ରହିଛି । ସଂଗୀତ ସଂଧ୍ୟାରେ ସ୍ବେଛାସେବୀ ଶ୍ରୀବତ୍ସ ମଲ୍ଲିକ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ଦେବା ପରେ ଜଣେ ପରେ ଜଣେ ଗାୟକ ଫକୀର ପଟ୍ଟନାୟକଙ୍କ ଗୀତ ଗୁଡିକ ପରିବେଷଣ କରି ଦେଖଣାହାରୀଙ୍କୁ ବିଳମ୍ବିତ ରାତ୍ରୀ ଯାଏଁ ବାନ୍ଧି ରଖିବାରେ ସମର୍ଥ ହୋଇଥିଲେ ।
ପଶ୍ଚିମ ଓଡିଶାର ପ୍ରସିଦ୍ଧ କଣ୍ଠଶିଳ୍ପି ଫକିର ପଟ୍ଟନାୟକ ଙ୍କ ୯୪ତମ ଜନ୍ମଜୟନ୍ତି ପାଳିତ
ଆଜତକ ଓଡ଼ିଶା
0
Post a Comment