କୋମନା: (ବିରବଲ ପ୍ରଧାନ) ନୁଆପଡ଼ା ଜିଲ୍ଲା କୋମନା ବ୍ଳକ ବୁଦ୍ଧିକୋମନା ପଞ୍ଚାୟତ ପିଡିଏସ ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ କୋମନା ବିଡିଓ ହିତାଂଶୁ ଶେଖର ସାମଲ ବୁଦ୍ଧିକୋମନା ପଞ୍ଚାୟତର ଯୋଗାଣ ସହାୟକ ପ୍ରୀତିମୟୀ ବାଗଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କ୍ଷମତାକୁ ପ୍ରତ୍ୟାହର କରିଛନ୍ତି। ଏଠି ହିତାଧୀକାରୀଙ୍କ ପିଡିଏସ ଚାଉଳ ଖାଇଲା କିଏ ବୋଲି ପ୍ରଶ୍ନ ଉଠିଛି। ଗତ ୨୦୨୩ ଅକ୍ଟୋବରରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ବୁଦ୍ଧିକୋମନା ପଞ୍ଚାୟତରେ ସାଧାରଣ ବଣ୍ଟନ ବ୍ୟବସ୍ଥା(ପିଡିଏସ)ରେ ଅନିୟମିତତା ହୋଇଥିଲା। ଏଥିରେ ଶତାଧିକ ହିତା ଧିକାରୀଙ୍କ ଲକ୍ଷାଧିକ ଟଙ୍କାର ଚାଉଳକୁ ବିଭାଗୀୟ ଅଧିକାରୀ ଓ ପଞ୍ଚାୟତ କର୍ତ୍ତୃପକ୍ଷ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି । ଏନେଇ ଗତ କିଛି ମାସ ତଳେ ଗାଁର କେତେକ ହିତାଧୁକାରୀ ରାଜ୍ୟ ଖାଦ୍ୟ ସଚିବଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲେ। ଏହାର କିଛି ଦିନପରେ ପିଡିଏସ ରାଜ୍ୟ ଖାଦ୍ୟ ସଚିବଙ୍କ ଏକ ଟିମ ନୂଆପଡ଼ା ଜିଲ୍ଲା ଗସ୍ତରେ ଆସି ଉକ୍ତ ପଞ୍ଚାୟତରେ ପିଡିଏସ ଅନିୟମିତା ହୋଇଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ।ସେହିଦିନ ନୂଆପଡ଼ାରେ ଜିଲ୍ଲାସ୍ତରୀୟ ବୈଠକରେ ଏହି ପିଡିଏସ ଅନିୟମିତତା ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଖାଦ୍ୟ ସଚିବ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ପରେ ବ୍ଲକସ୍ତରୀୟ ଅଧୂକାରୀଙ୍କ ଜରିଆରେ ତଦନ୍ତ ହୋଇଥିଲା। ଗତ ଫେବୃୟାରୀ ୯ରେ କୋମନା ପଞ୍ଚାୟତ ସମିତି ଚିଠି ସଂଖ୍ୟା ୧୨୩୩ରେ କୋମନା ବିଡିଓ ଶ୍ରୀ ସାମଲ ସମ୍ପୃକ୍ତ ଯୋଗାଣ ସହାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କ୍ଷମତାକୁ ପ୍ରତ୍ୟାହର କରିଛନ୍ତି। ଏବେ ବୁଦ୍ଧିକୋମନା ପଞ୍ଚାୟତରେ ପଲସିପାଣି ପଞ୍ଚାୟତ ଯୋଗାଣ ସହାୟକ ଅମିତ କୁମାର ବଘେଲଙ୍କୁ ଅବସ୍ଥାପନ କରି ପିଡିଏସ ଦାୟିତ୍ଵ ଦେଇଛନ୍ତି। ଏଠି ପ୍ରଶ୍ନ ଉଠୁଛି ଗରିବ ହିତାଧୁକାରୀଙ୍କ ପିଡିଏସ ଚାଉଳ ଖାଇଲା କିଏ ? ଏହି ଘଟଣାରେ ବିଭାଗୀୟ ଅଧୂକାରୀ ଓ କର୍ମଚାରୀଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ ହୋଇଛି । ତଥାପି ବ୍ଳକ ପ୍ରଶାସନ କେବଳ ଜଣେ ତଳିଆ କର୍ମଚାରୀଙ୍କ କ୍ଷମତା ପ୍ରତ୍ୟାହାର କରି କାମ ସାରି ଦେଇଛି। ଏଠାରେ ବିଭାଗୀୟ ଅଧିକାରୀଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉଛି, ତାହା ଦେଖିବାକୁ ବାକି ରହିଲା । ଏଣୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଅନିୟମିତତାରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ, କର୍ମଚାରୀ ଓ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି। ଏନେଇ ବିଡିଓ ଶ୍ରୀ ସାମଲଙ୍କୁ ପଚାରିବାରୁ ପିଡିଏସ ଅନିୟମିତା ଘଟଣାର ତଦନ୍ତ ରିପୋର୍ଟ ଯୋଗାଣ ନିରୀକ୍ଷକଙ୍କୁ ମାଗିଛୁ ।ଘଟଣାର ତଦନ୍ତ ଚାଲିଛି ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ସହ ଚାଉଳ ରିକୋଭରି ପାଇଁ ପଦକ୍ଷେପ ନିଆଯିବ। ହିତାଧିକାରୀଙ୍କୁ ତାଙ୍କ ବକେୟା ଚାଉଳ ଦେବାର ବ୍ୟବସ୍ଥା କରାଯିବ ବୋଲି ସେ କହିଥିଲେ।

Post a Comment