ସିନ୍ଧେକେଲା,୬/୧୦ (ଆଜତକ୍ ଓଡ଼ିଶା) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ହାଟପଦା ସ୍ଥିତ ଭବ୍ୟ ଦୁର୍ଗା ମଣ୍ଡପରେ ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ଶାରଦୀୟ ମାଁ ଦୁର୍ଗାପୂଜା ରେ ସିନ୍ଧେକେଲା ଉତ୍ସବମୁଖର ହୋଇଯାଇଛି । ବିଗତ ବର୍ଷ ମାନଙ୍କରେ କେବଳ ପଞ୍ଚମୀ ତିଥି ଅଧିବାସ ଦିନ କଳସ ସ୍ଥାପନା ହୋଇ ଷଷ୍ଠୀ ଠାରୁ ପୂଜା ଆରମ୍ବ ହୋଇଥିବାବେଳେ ଚଳିତ ବର୍ଷ ମାଁ ଦ୍ୱାରସେହ୍ନି ଦେବୀଙ୍କ ଆଦେଶରେ ପ୍ରଥମ ବର୍ଷ ନବରାତ୍ର ପୂଜା କରାଯାଉଛି । ଅମାବାସ୍ୟା ଅଧିବାସ ଦିନ କଲସ ସ୍ଥାପନ କରି ପ୍ରତିପଦା ଠାରୁ ପୂଜାରମ୍ବ ହୋଇଯାଇଛି । ପୂଜା କର୍ତ୍ତା ଦାୟିତ୍ୱ ସୁନିଲ ପଣ୍ଡା ତୁଲାଉଥିବା ବେଳେ ପୂଜକ ଭାବରେ ପଣ୍ଡିତ ଶାନ୍ତ ମଣି ମିଶ୍ର , ସଞ୍ଜୟ କୁମାର ମିଶ୍ର , ରଘୁବୀର ଦାସ , ପ୍ରତାପ କୁମାର ମିଶ୍ର , ନରେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ପୂଜା କାର୍ଯ୍ୟ ସମ୍ପାଦନ ସହ ମନ୍ତ୍ରପାଠ କରୁଛନ୍ତି । କମିଟି ସଭାପତି ନରେଶ ରଣାଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରତ୍ୟେକ ରଜନୀରେ ଲୋକଙ୍କ ମନୋରଞ୍ଜନ ସକାଶେ ସାଂସ୍କୃତିକ କାର୍ଯ୍ୟକ୍ରମ ଭଜନ ସନ୍ଧ୍ୟା ଓ ବିଭିନ୍ନ ପ୍ରକାର ଦଣ୍ଡନୃତ୍ୟ ଆଦିର ବ୍ୟବସ୍ଥା କରାଯାଇଛି । ସାଜସଜ୍ଜା ରେ ଭବ୍ୟ ମଣ୍ଡପର ବାମ ପାର୍ଶ୍ୱରେ ପୁରୁଣା ବାଳକ ପ୍ରାଥମିକ ସ୍କୁଲ ପର୍ଯ୍ୟନ୍ତ ଓ ଡାହାଣ ପାର୍ଶ୍ଵରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ରଙ୍ଗବେରଙ୍ଗ ଆଲୋକରେ ସଜ୍ଜିତ କରାଯାଇଛି । ଆଗାମୀ ୧୧ ତାରିଖ ଶୁକ୍ରବାର ମହାଷ୍ଟମୀ ଦିନ ମଣ୍ଡପରେ ଦୀପ ପ୍ରଜ୍ବଳନ ସହ ସନ୍ଧି ପୂଜା ଓ କଖାରବଳୀ , ୧୨ ଶନିବାର ବିଜୟା ଦଶମୀ ଦିନ ରାତ୍ରି ୮ ଟା ସମୟରେ ରାବଣ ପୋଡି ପରେ ବିଳମ୍ବିତ ରାତିରେ ମାଁ ଦୁର୍ଗା ସହିତ ଅଧିଷ୍ଠାତ୍ରୀ ଦେବୀ ମାଁ ଦ୍ୱାରସେହ୍ନି ଦେବୀଙ୍କ ଅପୂର୍ବ ମିଳନ ଦୃଶ୍ୟ ଆଦି କାର୍ଯ୍ୟକ୍ରମ ହେବାର କମିଟି ପକ୍ଷରୁ ସୂଚନା ମିଳିଛି । କମିଟି ସଭାପତି ନରେଶ ରଣା , ଉପ ସଭାପତି ବୈକୁଣ୍ଠ ପୁଟେଲ , ସମ୍ପାଦକ ନରେନ୍ଦ୍ର ସାହୁ , କୋଷାଧ୍ୟକ୍ଷ ଡ଼ମ ପାତ୍ର ସମେତ ସମସ୍ତ ସଦସ୍ୟ , ଉପଦେଷ୍ଟା , ସରପଞ୍ଚ ନରେଶ ଅଗ୍ରୱାଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ବିଶେଷ ଭୂମିକା ଗ୍ରହଣ କରିଛନ୍ତି ।

Post a Comment