କେଦାରନାଥ ମନ୍ଦିର ଭ୍ରମ ସୃଷ୍ଟି କରୁଛି ସରଡିହା ମୁକୁନ୍ଦପୁର ପୂଜା ମଣ୍ଡପ


ବାଲେଶ୍ୱର,୬/୧୦(ଲକ୍ଷ୍ମୀଧର ବାରିକ): ମା ଦୁର୍ଗାଙ୍କ ଶାରଦୀୟ ପୂଜା ନୁହଁ ସମାଜକୁ ବିଭିନ୍ନ ସଚେତନ ବାର୍ତ୍ତା ଦେବାସହିତ ସମାଜ ସେବା କ୍ଷେତ୍ରକୁ ଆପଣେଇ ନେଇଛନ୍ତି ଆୟୋଜକ କମିଟିର ସଭ୍ୟ ସଭ୍ୟା। ବସ୍ତା ଥାନା ସରଡିହା ମୁକୁନ୍ଦପୁର ଗ୍ରାମରେ ୨୦୧୯ ମସିହାରେ ପ୍ରଥମେ ମା ଜଗଦମ୍ବାଙ୍କ ପୂଜା ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ଦୁର୍ଗାଙ୍କ ଶାରଦୀୟ ପୂଜା ଷଷ୍ଠ ବର୍ଷରେ ପଦାର୍ପଣ କରିଛି। ପ୍ରତିବର୍ଷ ଖାଲି ପୂଜା କି ସାଂସ୍କୃତିକ କାର୍ଯ୍ୟକ୍ରମ ନୁହେଁ ବିଭିନ୍ନ ବର୍ଗର ଛାତ୍ର ଛାତ୍ରୀଙ୍କ ନେଇ ପ୍ରତିଯୋଗିତା ଆୟୋଜନ କରାଯାଏ। ଏଥିରେ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବିତରଣ ସହିତ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିଥାନ୍ତି ଏହି ପୂଜା କମିଟିର ସଦସ୍ୟ ମାନେ। ସେହି ଭଳି ଚଳିତ ବର୍ଷ ପାର୍ବଣ ପୂର୍ବରୁ ମଣ୍ଡପରେ ଆଜି ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ସମ୍ବାଦ ଆମ ଓଡ଼ିଶା ସହଯୋଗରେ ଆୟୋଜନ କରାଯାଇଥିଲା।


ଶିବିରକୁ ମୁଖ୍ୟ ଅତିଥି ଭାବେ ବସ୍ତା ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବେହେରା ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଜିଲ୍ଲା ରକ୍ତଦାତା ସଂଘର ସଭାପତି କମଲ ଚକ୍ରବର୍ତ୍ତୀ, ସମ୍ମାନୀତ ଅତିଥି ପ୍ରକୃତି ବନ୍ଧୁ ତଥା ଜିଲ୍ଲା ରକ୍ତଦାତା ସଂଘ ସଂପାଦକ ସୁମନ୍ତ କୁମାର ଜେନା, ବରିଷ୍ଠ ବିଜେପି ନେତା ଶ୍ୟାମାପ୍ରସାଦ ବେହେରା ପ୍ରମୁଖ ଏହି ଶିବିରରେ ଯୋଗ ଦେଇଥିଲେ। ଶିବିରରୁ ୪୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏଥି ସହିତ ପ୍ରତିବର୍ଷ ବିଭିନ୍ନ ସୁସଜ୍ଜିତ ତରଣ ଆଲୋକ ମାଳା ଭକ୍ତଙ୍କ ମନ ମୋହୁଥିବା ବେଳେ ଚଳିତ ବର୍ଷ ଉତ୍ତରାଖଣ୍ଡ ସ୍ଥିତ ବାବା କେଦାରନାଥ ମନ୍ଦିର ସଦୃଶ ତୋରଣ ବେଶ ପ୍ରଶଂସା ସାଉଁଟି ଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ କୁ ସଭାପତି ଜୟଦେବ ଭୂୟାଁ,ସମ୍ପାଦକ ଲମ୍ବୁଦର ତରାଇ,ଶରତ କୁମାର ଦାସ, ନାରାୟଣ ସାହୁ,ସନ୍ୟାସୀ ମଣ୍ଡଳ, ଶମ୍ଭୁନାଥ ଭୂୟାଁ,ଜଗନ୍ନାଥ ଭୂୟାଁ, ନୀଳକଣ୍ଠ ଦଣ୍ଡପାଟ,ଦିଲ୍ଲୀପ ଖମାରୀ,ବିନୋଦ ନାୟକ,ସଞ୍ଜିବ ପୃଷ୍ଟି,କୁମୁଦ ରଞ୍ଜନ ପୃଷ୍ଟି,ସନ୍ୟାସୀ ନାୟକ ପ୍ରମୁଖ କମିଟିର ସତୁରୀ ରୁ ଉର୍ଦ୍ଧ ସଦସ୍ୟ ପରିଚାଳନା କରିଛନ୍ତି।

Post a Comment

Previous Post Next Post