୧୯ ବର୍ଷୀୟ ଝିଅ ସହିତ ପ୍ରେମ ଓ ପରେ ବିବାହ ପ୍ରତିଶ୍ରୁତି ଦେଇ ଯୌନ ଶୋଷଣ କରି ଛାଡ଼ି ଦେଇଥିବା ଅଭିଯୋଗ :


କଣ୍ଟାବାଞ୍ଜି (ଆଜତକ୍ ଓଡ଼ିଶା) କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ତୁରେକେଲା ପୋଲିସ ଥାନା ଅର୍ନ୍ତଗତ ତେତେଲ ଖୁଟି ଗ୍ରାମ ର ଜଣେ ୧୯ ବର୍ଷୀୟ ଝିଅ ସହିତ ପ୍ରେମ ଓ ପରେ ବିବାହ ପ୍ରତିଶ୍ରୁତି ଦେଇ ଯୌନ ଶୋଷଣ କରି ଛାଡ଼ି ଦେଇଥିବା ଅଭିଯୋଗ। ପୀଡିତ ଝିଅ ଓ ତାଙ୍କ ସମ୍ପର୍କୀୟ ଙ୍କ ସୂଚନା ଅନୁସାରେ ଗତ ଜୁଲାଇ ମାସ ୨୬ ତାରିଖ ଦିନ ଚଦ୍ମ ନାମ ମିଥିଳା ସେହି ଗ୍ରାମ ର ଜସ୍ରାମ ବଞ୍ଛୋର୍ ନାମକ ଜଣେ ଯୁବକ ସହିତ ପ୍ରେମ ସମ୍ବନ୍ଧ ଓ ବିବାହ ପ୍ରତିଶ୍ରୁତି ଦେଇ ଝିଅ କୁ ଆନ୍ଧ୍ର ପ୍ରଦେଶ କୁ ନେଇ ଯାଇଥିଲା। ଝିଅ କୁ ଘରେ ନ ପାଇ ପରିବାର ଲୋକେ ତୁରେକେଲା ଥାନା ରେ ନିଖୋଜ ରିପୋର୍ଟ ପ୍ରଦାନ କରିଥିଲେ। ଯାହାକୁ ନେଇ ତୁରେକେଲା ଥାନା ରେ କେସ ନମ୍ବର ୦୦୨୨/୨୪ ଦର୍ଜ୍ କରି ନିଖୋଜ ଝିଅ ର ଖୋଜ ଖବର ନିମନ୍ତେ ପୋଲିସ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇ ଥିଲା। କିଛି ଦିନ ପରେ ଝିଅ କୁ ସାଙ୍ଗରେ ଧରି ଜସ୍ରାମ ବଞ୍ଛୋର୍ ତା ଗାଁ କୁ ଫେରି ତୁରେକେଲା ଥାନା ରେ ଝିଅ ସହିତ ବିବାହ କରିବା ପାଇଁ ଲିଖିତ ରାଜି ନାମା ରେ ଦସ୍ତଖତ କରନ୍ତି। କିନ୍ତୁ ତା କିଛି ଦିନ ପରେ ଜସ୍ରାମ କୌଣସି ବାହାନା କରି ଝିଅ କୁ ଛାଡି ଦେଇ ଫେରାର ମାରେ। ପୀଡିତ ଝିଅ କହିବା ଅନୁସାରେ ବିବାହ ପ୍ରତିଶ୍ରୁତି ଦେଇ ଜସ୍ରାମ ବଞ୍ଛୋର୍ ଆନ୍ଧ୍ର ପ୍ରଦେଶ କୁ ନେଇ ଗୋଟିଏ କୁକୁଡ଼ା ଫାର୍ମ ରେ ୧୮ ଦିନ ରଖି ତା ସହିତ ଶାରୀରିକ ସମ୍ପର୍କ ରଖି ଥିଲା। କିନ୍ତୁ ଗାଁ କୁ ଆସି ନିଜ ମାଁ ବାପା ଓ ସମ୍ପର୍କୀୟ କଥା ଶୁଣି ସେ ତାକୁ ଛାଡି ଦେଇ ଫେରାର ମାରିଛି। ଏ ନେଇ ପୁଣି ତୁରେକେଲା ଥାନା ରେ ଗତ ୧୭/୦୮/୨୪ ରେ ପୁଅ ନା ରେ ପୀଡ଼ିତା ଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। କିନ୍ତୁ ଘଟଣା କୁ ଏତେ ଦିନ ବିତି ଗଲେ ଓ ପୀଡ଼ିତା ସହିତ ତାଙ୍କ ପରିବାର ଲୋକେ ଅନେକ ଥର ତୁରେକେଲା ଥାନାକୁ ଯାଇ ଗୁହାରି କଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ଅଭିଯୁକ୍ତ କୁ ଗିରଫ କରିବା ରେ ପୋଲିସ କୌଣସି ତତ୍ପରତା ନ ଦେଖାଉ ଥିବା ଅଭିଯୋଗ କରିଛନ୍ତି ପୀଡ଼ିତା। ଏ ନେଇ କଣ୍ଟାବାଞ୍ଜି ଉପଖଣ୍ଡ ପୋଲିସ ଅଧିକାରୀ ଗୌରାଙ୍ଗ ସାହୁ ଙ୍କୁ ମଧ୍ୟ ସମସ୍ତ କାଗଜ ପତ୍ର ସହିତ ଗୁହାରି କରିଥିଲେ ପୀଡ଼ିତା ଓ ତାଙ୍କ ପରିବାର ଲୋକେ। ଏ ବିଷୟ ରେ ଫୋନ ରେ ପଚାରିବାରୁ ଉପଖଣ୍ଡ ପୋଲିସ ଅଧିକାରୀ ଗୌରାଙ୍ଗ ସାହୁ କହିଛନ୍ତି ଯେ ଏ ବିଷୟ କୁ ନେଇ କିଛି ପଦକ୍ଷେପ ନିଆ ଯିବ।

Post a Comment

Previous Post Next Post