ଥିପାଖୋଲ ଜଳପ୍ରପାତ ପର୍ଯ୍ୟଟନ ସ୍ଥଳୀ ଠାରେ ବୈଜଲଗଡ ଉଚ୍ଚ ବିଦ୍ୟାଳୟ ର ୨୦୧୧ମ୍ୟାଟ୍ରିକ ବ୍ୟାଚ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି


ସିନାପାଲି (ପରମେଶ୍ୱର ମେହେର) ପ୍ରତ୍ୟେକ ବର୍ଷ ଭଲି ଚଳିତ ବର୍ଷ ମଧ୍ୟ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଥିପାଖୋଲ ପର୍ଯ୍ୟଟନ ସ୍ଥଳୀ ଠାରେ ବୈଜଲଗଡ ଉଚ୍ଚ ବିଦ୍ୟାଳୟ ର ୨୦୧୧ ମେଟ୍ରିକ୍ ବ୍ୟାଚ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମର ସଭାପତି ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ମାଝୀ ଙ୍କ ନେତୃତ୍ବରେ ସଭା ପରିଚାଳନା କରି କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ ଶ୍ରୀ ଯୁକ୍ତ ନିରନ ମାଝୀ । ଏହି କାର୍ଯ୍ୟକ୍ରମ ରେ ବନ୍ଧୁତ୍ବ କେମିତି ମଜଭୁତ ହେବ, ବିପଦରେ ପଡ଼ି ଥିବା ବନ୍ଧୁ ଙ୍କୁ କେମିତି ସହଯୋଗ କରାଯିବ ସମସ୍ତଙ୍କର ଆର୍ଥିକ ସ୍ଥିତି କେମିତି ସୁଦୃଢ଼ ହେବ ଓ ଆଗାମୀ ଦିନରେ କେମିତି ଭବ୍ୟ ଆକାରରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମିନକେତନ ହଂସ, ଝଙ୍କେଶ୍ଵର ବନ୍ଦିଛୋର, ନରେଶ ନିଆଲ, କୃପାସିନ୍ଧୁ ମାଝୀ,ଝସକେତନ ବନ୍ଦିଛୋର,ଲୁତେଶ ବନ୍ଦିଛୋର, ହିରୋ ହଂସ,ମଙ୍ଗା ହଂସ ଚତୁର ବକୁଳ,ଛବିଲାଲ ବକୁଳ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଶେଷରେ ଶ୍ରୀଯୁକ୍ତ ଲୋକେନ୍ଦ୍ର ମାଝୀ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ କୁ ସମାପନ କରିଥିଲେ।

Post a Comment

Previous Post Next Post