ଜଳେଶ୍ବର (ଜଗନ୍ନାଥ ଗୋଛାୟତ) ୨୯/୩ ଜଳେଶ୍ବର ବ୍ଲକ ଉପାନ୍ତ ଅଞ୍ଚଳ , ନଛିମ ପୁର ପଞ୍ଚାୟତ ନାଙ୍ଗୁଡସାହୀ ଗାଁର ସ୍ୱର୍ଗତ କବି କାର୍ତ୍ତିକ ଚନ୍ଦ୍ର ଦାସଙ୍କ ଏକାଦଶାହରେ, ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଅପରାହ୍ନ ନିଜ ବାସଭବନରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ କବି ନରୋତ୍ତମ ପ୍ରଧାନ ଅଧ୍ୟକ୍ଷତା କରି ଜଗନ୍ନାଥ ମଠ ମନ୍ଦିର ନିର୍ମାଣରେ ତାଙ୍କର ଅବଦାନ ବିଷୟରେ ସ୍ମୃତି ଚାରଣ କରିଥିଲେ । ମୁଖ୍ୟ ଅତିଥି, ଦୀନକୃଷ୍ଣ ସ୍ମୃତି ପରିଷଦର ସମ୍ପାଦକ, ବିପିନ ବିହାରୀ ବିଶ୍ବାଳ ଯୋଗଦେଇ , ସାରସ୍ୱତ ସାଧନାରେ ଜଣେ ଅନ୍ତରଙ୍ଗବନ୍ଧୁଙ୍କୁ ହରାଇଲେ ବୋଲି କହିଥିଲେ । ସାହିତ୍ୟ ଏକାଡେମୀ ସଦସ୍ୟ,କବି କାଳୀପଦ ପଣ୍ଡା ଯୋଗଦେଇ, ବ୍ୟକ୍ତି ମରିଯାଏ କିନ୍ତୁ , ବ୍ୟକ୍ତିତ୍ୱ ଓ ସ୍ରଷ୍ଟାର ସୃଷ୍ଟି ଚିର ଅମର ବୋଲି ଅଭିହିତ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ କିଣାରାମ ମହାପାତ୍ର, ସାମ୍ୟବାଦୀ ନେତା ସିତା୦ଶୁ ସେନାପତି, ଦିଲ୍ଲୀପ ଗିରି,ଶିଶିର ହୁଇ, ଶିକ୍ଷାବିତ୍ କପିଳେଶ୍ୱର ମହାନ୍ତି,ଡ଼,ଅଜିତ ମହାନ୍ତି,ମନୋଜ ମାହାନ୍ତି,ସୁଵଳପାତ୍ର, ଅନନ୍ତ ଗିରି, ଗୈାରୀ ଶଙ୍କର ଗିରି, ତ୍ରିଲୋଚନ ଦାସ ଅଧିକାରୀ, ଦିଲ୍ଲୀପ ସେଠୀ,ଶରତ ଚନ୍ଦ୍ର ପରିଡା, ବନମାଳୀ ଘୋଷ, ଖଗେନ୍ଦ୍ର ସାହୁ,କବି ବଙ୍କିମ ଦେ, ବସନ୍ତ ଦାସ, ନିକୁଞ୍ଜ ଘୋଷ, ରଞ୍ଜନ ଘୋଷ , ଗୋପିନାଥ ଜେନା, ଶଶିକାନ୍ତ ପ୍ରଧାନ,ପ୍ରମୁଖ କାର୍ତ୍ତିକ ଦାସଙ୍କ ବହୁମୁଖୀ ପ୍ରତିଭା, ନିରାଡମ୍ବର ଜୀବନ ଶୈଳୀ, ଅନୁଷ୍ଠାନ ପ୍ରେମ ବିଷୟରେ ବଖାଣି ଥିଲେ । ୭୦ଦଶକରେ ଫତିଆଵାଦ ଭାବେ କୁହାଯାଉଥିବା,ଗୁଆଗଡିଆ ଅଞ୍ଚଳର ରାସ୍ତାଘାଟ , ଶିକ୍ଷା ବ୍ୟବସ୍ଥାର ଉନ୍ନତି ସମ୍ପର୍କରେ ତାଙ୍କର ଅବଦାନ ବିଷୟରେ ପୁରାତନ ଛାତ୍ର ପ୍ରମୁଖ, ସଜଳ ନୟନରେ କହିଥିଲେ । ସୁଦାମ ପାତ୍ର, ସରପଞ୍ଚ ରାଜେଶ ଜେନା, ସାମ୍ବାଦିକ ଅବନୀ ଚାନ୍ଦ, ରବିନାରାୟଣ ପାତ୍ର, ନରହରି ବେହେରା, ଦୁର୍ଗା ଶଙ୍କର ଗିରି, ହରେନ୍ଦ୍ର ପାତ୍ର, ରବିନ୍ଦ୍ର ଦାସ, ସୁବଳ ପାତ୍ର, ଭାଗବତ ପରିଡ଼ା, ନିରଞ୍ଜନ ଦାସ, ଗିରିଧାରୀ ରାଜ, ନିତାଇ ଗିରି,ଵିଜୟ ପାତ୍ର, ଜ୍ୟୋତିଷ କର ପ୍ରମୂଖ ବହୁ ଶିକ୍ଷକ, ସାରସ୍ବତ ସାଧକ , ବିଶିଷ୍ଟ ବ୍ୟକ୍ତି ସ୍ମୃତି ଚାରଣ ଓ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସେହିପରି ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ, ଅବସର ପ୍ରାପ୍ତ ଶିକ୍ଷକ ସଂଘ ପକ୍ଷରୁ,ଜଳେଶ୍ଵର ନୂଆ ଵଜାର,ଭଞ ଭବନରେ ଆୟୋଜିତ ସ୍ମୃତି ସଭାରେ ଦିବଂଗତ କାର୍ତ୍ତିକ ଦାସଙ୍କ ବହୁବିଧ, ଜୀବନ ଶୈଳୀ ବିଷୟରେ ସ୍ମୃତି ଚାରଣ କରିଥିଲେ । ଶିକ୍ଷାବିତ କପିଳେଶ୍ୱର ମହାନ୍ତି ମଞ ଆହ୍ୱାନ କରିଥିଲେ ବେଳେ ଡ଼଼.ରମାକାନ୍ତ ଭଞ ଅଧ୍ୟକ୍ଷତା କରିଥିଲେ । ଡ଼.ଲଳିତ ରଞ୍ଜନ ସେନାପତି, ଶିକ୍ଷାବିତ ଜିତାରାମ ଦେ ଖଗେନ୍ଦ୍ର ସାହୁ, ଅକ୍ଷୟ ମିଶ୍ର,ସୁନିଲ ନାୟକ,ଅରୁଣ ବେଜ, ବନମାଳୀ ଧଳ, କାର୍ତ୍ତିକ ଗିରି,ରଜତ ଦାସ, ଭାସ୍କର ମିଶ୍ର,କାଳିଚରଣ ପୁଷ୍ଟି, ପ୍ରମୁଖ ଶିକ୍ଷକ ନେତା କବିଙ୍କ ଫୋଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରି ସ୍ମୃତି ଚାରଣ କରିଥିଲେ । ଅନୂରୁପଭାଵେ ଗ୍ରାମବାସୀ ଙ୍କ ପକ୍ଷରୁ ନାଙ୍ଗୁଡସାହୀ ମହାଦେବ ମନ୍ଦିର ପରିସରରେ, ତାଙ୍କ ଆତ୍ମାର ସଦଗତି ନିମନ୍ତେ ସମବେତ ନିରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା ।

Post a Comment