କଲମପୁର,୦୫/୦୯ (ଶରତ ଚନ୍ଦ୍ର ସୁନାନୀ) ରାଜ୍ୟ ବିଜେପି ସରକାରଙ୍କ ତରଫରୁ ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ସୁଭଦ୍ରା ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ପଞ୍ଜୀକୃତ ମହିଳା ହିତାଧୀକାରୀ ମାନଙ୍କୁ ବାର୍ଷିକ ୧୦ ହଜାର ହିସାବରେ ୫ ବର୍ଷରେ ୫୦ ହଜାର ସହାୟତା ରାଶି ମିଳିବାର ପ୍ରାବଧାନ ରହିଛି। ବର୍ତ୍ତମାନ ସୁଭଦ୍ରା ଯୋଜନା ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ପ୍ରତି ବ୍ଲକରେ ଥିବା ସରକାରଙ୍କ ଦ୍ୱାରା ରେଜିଷ୍ଟ୍ରିଭୂକ୍ତ ଗ୍ରାହକ ସେବା କେନ୍ଦ୍ର(ସି.ଏସ.ସି)ରେ ପଞ୍ଜୀକରଣ କାମ କରିବାକୁ ନିର୍ଦ୍ଧେଶ ରହିଛି। ତେବେ ପଞ୍ଜୀକରଣ କାର୍ଯ୍ୟ କଲେ ଗ୍ରାହକ ସେବାକେନ୍ଦ୍ର ପାଇଁ କୌଣସି ପଞ୍ଜୀକରଣ ଦେୟ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରିବା ପାଇଁ ନିର୍ଦ୍ଧାରିତ ହୋଇନାହିଁ। ଏଣୁ ଏହାକୁ ପ୍ରତିବାଦ କରି ଗୁରୁବାର ଦିନ କଲମପୁର ବ୍ଲକର ୧୧ ଗୋଟି ଗ୍ରାମ ପଞ୍ଚାୟତରେ ଥିବା ଗ୍ରାହକ ସେବା କେନ୍ଦ୍ରର ସି.ଏସ.ସି, ଭି.ଏଲ.ଇ ସଂଘ ପକ୍ଷରୁ ୨ ଦଫା ଦାବିପତ୍ର କଲମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ମାଣ୍ଡାଙ୍ଗି ଙ୍କୁ ପ୍ରଦାନ କରିଥିଲେ। ଦାବି ଗୁଡିକ ମଧ୍ୟରେ ଯଦି ସରକାର ମାଗଣାରେ କାମ ଚାହୁଁଛନ୍ତି ତେବେ ସରକାର ମାସିକ ଦରମା ପ୍ରଦାନ କରନ୍ତୁ। ଯାହା ଦ୍ବାରା ସୁଭଦ୍ରା ଯୋଜନା ସହିତ ଆଗକୁ ମଧ୍ୟ ସରକାରଙ୍କ ଯେତେ ଯୋଜନା ଆସିବ ସବୁ କାମ କରାଯିବ। ନଚେତ ଯଦି ସରକାର ଦରମା ଦେବାକୁ ଚାହୁଁ ନାହାନ୍ତି ତେବେ ପ୍ରତ୍ୟେକ ସୁଭଦ୍ରା ଫର୍ମ ପଞ୍ଜିକରଣ ପିଛା ୧୦୦ ଟଙ୍କା ପଞ୍ଜୀକରଣ ଦେୟ ନିର୍ଦ୍ଧାରଣ କରନ୍ତୁ ବୋଲି ଉଲ୍ଲେଖ ରହିଛି। ଯଦି ସଂଘ ପକ୍ଷରୁ କରାଯାଇଥିବା ଦାବିକୁ ସରକାର ଅଣଦେଖା କରିବେ,ତେବେ ସୁଭଦ୍ରା ଯୋଜନା ପଞ୍ଜୀକରଣ କରିବାକୁ ଅସହଯୋଗ କରାଯିବ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଉକ୍ତ ଦାବିପତ୍ର ପ୍ରଦାନ ସମୟରେ କଲମପୁର ଗ୍ରାହକ ସେବାକେନ୍ଦ୍ର ସଂଘର ବ୍ଲକ ସଭାପତି - ନିରଞ୍ଜନ ପାଢ଼ୀ,ସମ୍ପାଦକ - ଜ୍ଞାନ ରଞ୍ଜନ ପଣ୍ଡା, ସହ ସଂପାଦକ - ମନିଶ କୁମାର ନାଏକ ଙ୍କ ସମେତ ସଙ୍ଘର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ।

Post a Comment