ବିଜୁ ସ୍ଵାସ୍ଥ୍ୟ କାର୍ଡ କେଉଁ କାମକୁ ? ହରଭଙ୍ଗା ରେ ରୋଗିଙ୍କୁ ଉପଯୁକ୍ତ ମିଳୁନୀ ସ୍ୱାସ୍ଥ୍ୟ ସେବା


ରିପୋର୍ଟର // ସୁଶାନ୍ତ କୁମାର ବେହେରା

ହରଭଙ୍ଗା,(ଆଜତକ୍ ଓଡ଼ିଶା) ସରକାର ଜନ ସାଧାରଣଙ୍କ ସ୍ଵାସ୍ଥ୍ୟ ର ସୁବିଧା ନିମନ୍ତେ ବ୍ୟାପକ ଯୋଜନା ପ୍ରସ୍ତୁତ କରି ବହୁ କୋଟି ଟଙ୍କା ବ୍ୟୟ ବରାଦ କରୁଥିଲେହେଁ କାଯ୍ୟ କ୍ଷେତ୍ରରେ ତାର ବିପରୀତ ଦେଖିବାକୁ ମିଳୁଛି।ସାଧାରଣ ମୌଳିକ ସୁବିଧା ପ୍ରାଥମିକ ଚିକିତ୍ସା ରୁ ବଞ୍ଚିତ ଲୋକଙ୍କୁ ସରକାରଙ୍କ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଏକ ପ୍ରହସନ ପରି ମନେ ହୁଏ, ସୁଚନା ଅନୁସାରେ ହରଭଙ୍ଗା ବ୍ଲକର ଉପାନ୍ତ ମହାଲିକପଡ଼ା ପଞ୍ଚାୟତର 'ସାତଖଣ୍ଡ' ଗ୍ରାମର ଶାନ୍ତିଲତା ଭୋଈ ନାମକ ଏକ ମହିଳା ଗତ କାଲି ଜ୍ଵର ରୋଗ ରେ ପିଡ଼ିତ ହୋଇ ହରଭଙ୍ଗା ଡାକ୍ଟର ଖାନା କୁ ଚିକିତ୍ସା ପାଇଁ ଆସିଥିଲେ। ହରଭଙ୍ଗା ଡାକ୍ଟର ଖାନାରେ ଡାକ୍ଟର ଶ୍ଯାମା ପ୍ରସାଦ ମେହେର ତାଙ୍କୁ ଚିକିତ୍ସା କରି ରକ୍ତ, ମଳମୁତ୍ର ଆଦି  ଟେଷ୍ଟ କରିବା ପାଇଁ ପରାମର୍ଶ ଦେଲେ। କିନ୍ତୁ ଏହି ଟେଷ୍ଟ ଡାକ୍ଟର ଖାନା ରେ କରାଯାଇନଥିଲା ସେ ଡାକ୍ଟର ଖାନା ସମ୍ମୁଖରେ ଥିବା ଥିବା ଏକ ଘୋରଇ କ୍ଲିନିକ୍ ରେ ଟେଷ୍ଟ କରି ଖର୍ଚାନ୍ତ ହୋଇଥିଲେ। ପ୍ରକାଶ ଥାଉକି ହରଭଙ୍ଗା ଡାକ୍ଟର ଖାନାରେ ଟେଷ୍ଟ କରିବା ପାଇଁ ସମସ୍ତ ଯନ୍ତ୍ର ଓ ପରିକ୍ଷା କରିବା ପାଇଁ କର୍ମଚାରି ଥିବା ସତ୍ତ୍ଵେ ତଥାପି  ସେ ରୋଗି ଜଣଙ୍କ ବାହାରେ ଟେଷ୍ଟ କରିଥିବା ନେଇ ଅଭିଯୋଗ କରିଥିବା ଏ ବାବଦରେ ହରଭଙ୍ଗା ଡାକ୍ଟରଖାନା ଡାକ୍ଟର ଙ୍କୁ ପଚାରିବାରୁ ସେ  ଅସ୍ବିକାର କଲେ। ଏ ଦିଗରେ ସି.ଡି.ଏମ.ଓ ଦୃଷ୍ଟି ଦେବାକୁ ଦାବି ହେଉଛି।

Post a Comment

Previous Post Next Post