୬ ଦଫା ଦାବି ନେଇ ଓଡିଶା ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ପକ୍ଷରୁ କଳାବ୍ୟାଚ ପରିଧାନ


ବଙ୍ଗୋମୁଣ୍ଡା,୧୪।୦୭ (ଆଜତକ୍ ଓଡ଼ିଶା) ଦଫା ଦାବି ନେଇ ଓଡିଶା ଗ୍ରାମ୍ୟ କୃଷି କର୍ମଚାରୀ ଏବଂ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଗଠନ ର ଆହ୍ୱାନ କ୍ରମେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଂଗଠନ ପକ୍ଷରୁ କଳା ବ୍ୟାଚ ପରିଧାନ କରିଛନ୍ତି ।ବଙ୍ଗୋମୁଣ୍ଡା ବ୍ଲକ ର କର୍ମଚାରୀ ବିଶିକେଶନ ସାହୁ ଙ୍କ ନେତୃତ୍ୱରେ ପରିଧାନ କରିଛନ୍ତି । ସଂଘର ପ୍ରମୁଖ ଦାବି ଗୁଡ଼ିକ ମଧ୍ୟରେ ପଦବୀ ର ନାମ ପରିବର୍ତ୍ତନ ,ଗ୍ରେଡ ପେ ୨ ହଜାର ଟଙ୍କା ରୁ ୪୨ ଶହ ଟଙ୍କା କୁ ବୃଦ୍ଧି, ଚାକିରୀ କାଳ ମଧ୍ୟରେ ପଦୋନ୍ନତି, କମ୍ପ୍ୟୁଟର ଓ ମୋବାଇଲ ଖର୍ଚ୍ଚ ପ୍ରଦାନ ଆଦି ଦାବି ଗୁଡିକ ପ୍ରଦାନ କରିଥିବା ଦାବିପତ୍ର ରେ ଦର୍ଶାଇଛନ୍ତି । ଚଳିତ ମାସ ୧୪ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଚ ପରିଧାନ କରି ଶାନ୍ତିପୂର୍ଣ୍ଣ ଭାବେ କାର୍ଯ୍ୟ କରିବା ପାଇଁ ସଂଘ ପକ୍ଷରୁ କୁହାଯାଇଛି ।୨୦ ତାରିଖ ସୁଦ୍ଧା ଯଦି ଦାବି ପୂରଣ ନ ହୁଏ ଆସନ୍ତା ଅଗଷ୍ଟ ୧ ତାରିଖ ଠାରୁ ସମୂହ ଛୁଟି ରେ ରହିବା ସହିତ ଜିଲ୍ଲା କୃଷି ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦେବା ସହିତ ଯାହା କ୍ଷତି ହେବ ସେଥିପାଇଁ ବିଭାଗ ଦାୟୀ ରହିବ ବୋଲି ଚେତାବନୀ ଦେଇଛନ୍ତି । ଏଥିରେ ବିଶିକେଶନ ସାହୁ, ଚିନ୍ମୟ ସା, ଟୁକୁ ସାହୁ, ସନ୍ନ୍ୟାସୀ ମେହେର, ଗୌତମ କୁମାର ମୁଣ୍ଡା, ସନ୍ତୋଷ କୁମାର ଜାଲ, ବୈକୁଣ୍ଠ ବିହାରୀ ବାଗ, ଲୀଳାବତୀ କୋଲସେର, ଇନ୍ଦୁ ପୁଟେଲ, ଟଙ୍କଧର ମାଝୀ,ବିରଞ୍ଚି ଶଦ୍ଦର ପ୍ରମୁଖ ସାମିଲ ଥିଲେ । 

Post a Comment

Previous Post Next Post