ବଲାଙ୍ଗିର : ୬/୮ (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ପୂର୍ତ୍ତ ବିଭାଗ ଅଧୀନରେ ଥିବା ଗମ୍ଭାରୀ ଗାଁ ମୁଣ୍ଡରେ ମହାଲିମ ଗଛ ବିପଦ ଅବସ୍ଥାରେ ରହିଛି । ଏହି ରାସ୍ତା ଖପ୍ରାଖୋଲ ବ୍ଲକ ଗମ୍ଭାରୀ ଦେଇ ବେଲପଡା ବ୍ଲକ କୁ ସଂଯୋଗ କରୁଛି । ପ୍ରତିଦିନ ଏହି ରାସ୍ତା ଦେଇ ଛାତ୍ର ଛାତ୍ରୀ,ବ୍ଲକ କାର୍ଯାଳୟ,ଡାକ୍ତରଖାନା ଅଭିମୁଖେ ହଜାର ହଜାର ସଂଖ୍ୟାରେ ଗାଡି ମୋଟର, ମୋଟର ସାଇକେଲ ଯାତାୟାତ କରିଥାନ୍ତି ।
କେତେବେଳେ ଯେ ଗଛର ଶାଖା ଭାଙ୍ଗିପଡି ଯାତାୟାତ କରୁଥିବା ଲୋକଙ୍କ ଉପରେ ପଡ଼ିଯିବ ତାହା ଜୀବନ ପ୍ରତି ବିପଦ ଥିବା ଜଣା ପଡିଛି । ଏଥିପ୍ରତି ଜିଲ୍ଲା ପ୍ରଶାସନକୁ ଗମ୍ଭାରୀ ଗାଁ ମୁଣ୍ଡରେ ଥିବା ମହାଲିମ ଗଛର ଶାଖାକୁ କାଟିବା ପାଇଁ ଜନସାଧାରଣ ଅନୁରୋଧ କରିଛନ୍ତି ।
Post a Comment