ସିନାପାଲି:୧୪/୦୨ (ପରମେଶ୍ବର ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିରର ରଜତ ଜୟନ୍ତୀ ଉତ୍ସବର ଦ୍ୱିତୀୟ ସାଂସ୍କୃତିକ ସଭାରେ ପାଳନ କମିଟି ସଭାପତି ନନ୍ଦ କୁମାର ପାତ୍ର ଅଧ୍ଯକ୍ଷତା କରିଥିବା ବେଳେ ମୁଖ୍ଯ ଅତିଥି ଭାବରେ ରାଜ୍ଯସଭା ସାଂସଦ ସୁଜିତ କୁମାର ଓ ମୁଖ୍ଯବକ୍ତା ଭାବରେ ସୁସାହିତ୍ଯିକ ତଥା ବିଶିଷ୍ଟ ଗବେଷକ ପରମେଶ୍ୱର ମୁଣ୍ତ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ଯା ପୁଷ୍ପାଞ୍ଜଳି ଗୁଆଲ, ବି.ଜ.ଦ. ଜିଲ୍ଲା ସଂପାଦକ ଲମ୍ୱୋଦର ନିଆଲ, ଭା.ଜ.ପା. ଜିଲ୍ଲା ସଭାପତି ସୁବ୍ରତ ଠାକୁର, ସରଫଚ ସୁନିତା ମେହେର ,ଡବ୍ଲୁଓଡିସି ସଦସ୍ଯା ମନ୍ଦାକିନୀ ବଘେଲ, ବଣିକ ସଂଘ ସଭାପତି ପ୍ରଦୀପ କୁମାର ଜୈନ ଉପସ୍ଥିତ ଥିଲେ । ଏହି ଅବସରରେ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ଶିଶୁମନ୍ଦିର ସମାଜରେ ଅତୁଳନୀୟ ଭୂମୀକା ନିର୍ବାହ କରୁଥିବା ବେଳେ ଏଭଳି ଉତ୍ତମ ଶିକ୍ଷା ଦ୍ୱାରା ହିଁ ବ୍ଯକ୍ତି ଚେତନାର ବିକାଶ ଘଟେ ବୋଲି ସାମୁହିକ ମତ ପ୍ରକାଶ ପାଇଥିଲା । ପ୍ରାରମ୍ଭରେ ରୂପେଶ ଚଂଦ୍ର ମେହେର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବଂଶୀଧର ଜଗତ ଓ ଦୀପକ ସା ବନ୍ଦନା ଗାନ କରିଥିଲେ । ମାତୄ ଭାରତୀର ମାଆମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ମଂଚାସିନ ଜୟନ୍ତୀ କମିଟିର ସଂପାଦକ ଅତୁଳ ପାତ୍ର ବିବରଣୀ ପଠନ କରିଥିଲେ । ମଂଚରେ ବିଦ୍ଯାଳୟର ବର୍ତ୍ତମାନ ଓ ପୁରାତନ ପରିଚାଳନା ସମିତିକୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିବା ବେଳେ ଏହାକୁ ମନମୋହନ ପଣ୍ତା ପରିଚାଳନା କରିଥିଲେ । ପୂର୍ବତନ ଛାତ୍ରୀ ଲିପିକା ମେହେର ମାନପତ୍ର ପାଠ କରିଥିଲେ । ପୂଜା ସା ଏକକ କଣ୍ଠ ସଂଗୀତ ଗାନ କରିଥିଲେ । ଏ ଅବସରରେ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଏହାକୁ ଦେବାଶିଷ ନାଏକ ପରିଚାଳନା କରିଥିଲେ । ଶେଷରେ ରଶ୍ମିପ୍ରଭା ମେହେର ଧନ୍ଯବାଦ ଦେଇଥିଲେ ଓ ଗଜେଂଦ୍ର ପଟେଲ ବନ୍ଦେ ମାତରମ୍ ଗାନ କରିଥିଲେ ା ସେହିଭଳି ଆଜି ସକାଳେ ବିଦ୍ଯାଳୟ ପରିସରରେ ସରସ୍ୱତୀ ପୂଜା ଅନୁଷ୍ଠିତ ହେବା ସହ ମାତୄପିତୄ ପୂଜନ କରାଯାଇଥିଲା । ପୂର୍ବାହ୍ଣରେ ଏକ ସ୍ବତଂତ୍ର ସଭା ମାଧ୍ଯମରେ ବିଭିନ୍ନ ପ୍ରତିଯୋଗିତା ରେ ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ଯକ୍ରମ ଆୟୋଜନରେ ପରିଚାଳନା ସମିତି, ବର୍ତ୍ତମାନ ଓ ପୁରାତନ ଗୁରୁଜୀଗୁରୁମା, ଛାତ୍ରଛାତ୍ରୀ ସହଯୋଗ କରିଥିବା ବେଳେ ସହସ୍ରାଧିକ ଶୁଭେଚ୍ଛୁଙ୍କ ସମାଗମ ହୋଇଥିଲା ।

Post a Comment