ରୋକାଳ ଓ କରଙ୍ଗାମାଲ ପଞ୍ଚାୟତରେ ସୁଭଦ୍ରା ରଥକୁ ସ୍ବାଗତ


ବୋଡ଼େନ (ବିରବଲ ପ୍ରଧାନ) ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକରେ ଆଜି ବ୍ଲକ କାର୍ଯ୍ୟଳୟରେ ବ୍ଲକ ଅଧ୍ୟକ୍ଷା ପ୍ରେମ ଶିଳା ନାଗ ଓ ବିଡିଓ ପ୍ରିୟରଞ୍ଜନ କୁମାର ସୁଭଦ୍ରା ରଥର ଶୁଭାରମ୍ଭ କରିଥିବାବେଳେ ବ୍ଲକର ଅନ୍ୟ ୬ ଗୋଟି ପଞ୍ଚାୟତରେ ସୁଭଦ୍ରା ରଥ ପରିକ୍ରମା କରିଥିଲା ।ତନ୍ମଧ୍ୟରୁ ରୋକାଲ ପଞ୍ଚାୟତରେ ସରପଂଚ ଠାକୁର ବାଗ,ପଞ୍ଚାୟତ ନିର୍ବାହୀ ଅଧିକାରୀ ବାବୁଜୀ ମାଝୀ, ଅଙ୍ଗନୱାଡ଼ି ସୁପର ଭାଇଜର ଅହଲ୍ୟା ଜଗତ,ବି ଆର୍ ସି ହେରାମ୍ୱ ବିଶ୍ଵାଳ, ଏ ଡି ଓ ପବିତ୍ର କଶ୍ୟପ,ଯୋଗାଣ ସହାୟକ ପ୍ରେମ ଶବର, ଜି ପି ଏଲ ଏଫ୍ ସଭାନେତ୍ରୀ ପୁନମ ଦୁର୍ଗା,ଏମ ବି କେ ଇନ୍ଦିରା ବାଗ,ସମସ୍ତ ସି ଆର୍ ପି, କୃଷି ମିତ୍ର, ପ୍ରାଣୀ ମିତ୍ର,ଆଶା କର୍ମୀ,ସମସ୍ତ ଅଙ୍ଗନୱାଡ଼ି କର୍ମୀ, ଇ ସି ମେମ୍ବର,ଜନସାଧାରଣ ପୁଣି କରାଙ୍ଗାମାଲ ପଞ୍ଚାୟତରେ ସରପଂଚ ରାମ ଲାଲ ପଣ୍ଡା,ପି ଇ ଓ ପବିତ୍ର ମିର୍ଦ୍ଧା,ଅଙ୍ଗନୱାଡ଼ି ସୁପର ଭାଇଜର ବେଦମତୀ ଖମାରୀ,ଏମ ବି କେ ସଂଯୁକ୍ତା ଜାଲ,ଯୋଗାଣ ସହାୟକ ଶଶଧର ବାଗ,ମିଶନ ଶକ୍ତିର ବିଭିନ୍ନ କ୍ୟାଡ଼ର,ଅଙ୍ଗନୱାଡ଼ି କର୍ମୀମାନେ,ପୋଲିସ କର୍ମଚାରୀ ଏବଂ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହି ସୁଭଦ୍ରା ରଥକୁ ସ୍ଵାଗତ କରିଥିଲେ। କିଛି ସମୟ ପାଇଁ ସ୍ବଚ୍ଛତା ଉପରେ ମଧ୍ୟ କାର୍ଯ୍ୟ କରିବା ଦୃଷ୍ଟିକୁ ଆସିଥିଲା ।ସବୁ ସ୍ଥାନରେ ସରପଞ୍ଚ ମାନେ ସୁଭଦ୍ରା ଯୋଜନାର ଉଦ୍ଦେଶ୍ୟ ଉପରେ ଆଲୋକପାତ କରି ଲୋକଙ୍କୁ ଏହି ଯୋଜନାର ଲାଭ ତଥା ମହିଳା କିପରି ସ୍ବାବଲମ୍ବୀ ହେବା ସହ ଆତ୍ମନିର୍ଭରଶୀଳ ହୋଇ ପାରିବ ତାହାରି ଉପରେ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି ।

Post a Comment

Previous Post Next Post