ଉନ୍ନୟନ କାର୍ଯ୍ୟର କ୍ଷେତ୍ର ପରିଦର୍ଶନ କରି ଶ୍ରମଦାନ କଲେ ଜିଲ୍ଲାପାଳ


କୋମନା (ବିରବଲ ପ୍ରଧାନ) ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ରେ ଚାଲିଥିବା ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ମାଟି କାମ ପରିଦର୍ଶନ କରିଥିଲେ ଜିଲ୍ଲାପାଳ। ଏହି ପରିଦର୍ଶନ ବେଳେ ଶ୍ରମିକଙ୍କ ସହ ମିଶି ଜିଲ୍ଲାପାଳ ମଧୂସୁଦନ ଦାଶ କିଛି ମୁହୂର୍ତ୍ତ ଶ୍ରମଦାନ କରି ଶ୍ରମିକଙ୍କୁ ଉତ୍ସାହିତ କରିଛନ୍ତି। ଶ୍ରମିକ ହେବା କୌଣସି ପାପ ନୁହେଁ, ଶ୍ରମିକ ଦ୍ବାରା ଦେଶର ବଡ଼ ବଡ ଉନ୍ନୟନ କାର୍ଯ୍ୟ ସମ୍ଭବ ବୋଲି ମତବ୍ୟକ୍ତ କରିଛନ୍ତି।

ଏହି କ୍ଷେତ୍ର ପରିଦର୍ଶନ ବେଳେ ତାଙ୍କ ସହିତ ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, କୋମନା ବିଡ଼ିଓ ମଧ୍ୟ ଉପସ୍ଥିତ ଥିଲେ। କୋମନା ବ୍ଲକ ସିଲଭା ଗ୍ରାମ ପଞ୍ଚାୟତ ଚଞ୍ଚରାଝରଣ ଗାଁ ରେ ମନରେଗା କାର୍ଯ୍ୟ, ସମରସିଂ ଗ୍ରାମପଞ୍ଚାୟତ ର ଖଜୁରବାହାଲ ଉଭୟ ଗ୍ରାମରେ ୧୫୦ ଲେଖାଏଁ ଶ୍ରମିକ ମାନେ ମନରେଗା ଯୋଜନା ରେ ଶ୍ରମ ଭିତ୍ତୀକ କାମ ଟ୍ରେଞ୍ଚ ଖନନ କରୁଥିଲେ । ଏହା ଦ୍ବାରା ନିଜ ଜିଲ୍ଲା, ନିଜ ପଞ୍ଚାୟତ ଏବଂ ନିଜ ଗ୍ରାମ ରେ କାମ ପାଇ ଶ୍ରମିକ ମାନେ ବେଶ ଉତ୍ସାହିତ ଥିଲେ। ଶ୍ରମିକ ପାରିଶ୍ରମିକ ପ୍ରଦାନ ଦିଗରେ ବିଭାଗୀୟ ଅଧିକାରୀମାନେ କାର୍ଯ୍ୟ କରିବାକୁ ଆହ୍ବାନ କରିଛନ୍ତି।

Post a Comment

Previous Post Next Post