ଜଗନ୍ନାଥ ଛକ ଦୁର୍ଗାପୂଜା କମିଟିର ମାଟି ଅନୁକୂଳ


ସିନାପାଲି (ପରମେଶ୍ୱର ମେହେର )୧୪/୦୯- ଆଗକୁ ମାଁ ଦୁର୍ଗାଙ୍କ ଶାରଦୀୟ ପୂଜା । ପୂଜା ମଣ୍ତପ ମାନଙ୍କରେ ବିରାଜିବେ ଜଗତଜନନୀ ମାଁ ଦୁର୍ଗା । ଏଥି ପାଇଁ ଚଳଚଂଚଳ ହେଲାଣି ସମସ୍ତ ପୂଜା କମିଟି । ନୂଆପଡା ଜିଲ୍ଲା ସିନାପାଲି ଜଗନ୍ନାଥ ଛକ ଦୁର୍ଗାପୂଜା କମିଟି ତରଫରୁ ଚଳିତ ବର୍ଷର ଦୁର୍ଗାପୂଜାର ମୃଣ୍ମୟୀ ମୂର୍ତ୍ତି ତିଆରି ପାଇଁ ମାଟି ଅନୁକୂଳ କରାଯାଇଛି ା ଏଠିକାର ପରମ୍ପରା ଅନୁଯାୟୀ ସ୍ଥାନୀୟ କୁମ୍ଭାର ପଡ଼ାରେ ବିଧି ଅନୁସାରେ ମାଟିପୂଜା କରିବା ପରେ ଅଭିମଂତ୍ରିତ ମାଟିକୁ ଧରି ପାରମ୍ପରିକ ବାଜା ସହ ଏକ ଶୋଭାଯାତ୍ରା ମାଧ୍ଯମରେ ନଗର ପରିକ୍ରମା କରାଯାଇଥିଲା ା ଏହି ସମୟରେ ସ୍ଥାନୀୟ ଦୁର୍ଗା ମନ୍ଦିର, ଗ୍ରାମଦେବୀ ମନ୍ଦିରରେ ପୂଜା ଅର୍ଚ୍ଚନା କରାଯାଇ ପରେ ଅଭିମଂତ୍ରିତ ମାଟିକୁ ଜଗନ୍ନାଥ ଛକ ପୂଜାମଣ୍ତପରେ ସ୍ଥାପନ କରାଯାଇଥିଲା । ଆଜିର ଶୋଭାଯାତ୍ରାରେ କର୍ତ୍ତା ଦମ୍ପତ୍ତି ଉଗ୍ରେସନ ମେହେର ଓ ରୁକ୍ମିଣୀ ମେହେରଙ୍କ ସହ ପୂଜକ ଭାବରେ ବସନ୍ତ ପତି ଉପସ୍ଥିତ ଥିଲେ । ଚଳିତବର୍ଷ ଏହି କମିଟି ୪୭ତମ ପାର୍ବଣ ଉତ୍ସବ ପାଳନ କରିବାକୁ ଯାଉଥିବା ବେଳେ ଏଥର ସଭାପତି ଭାବରେ ଈଶ୍ୱର ପ୍ରସାଦ ମେହେର, ଉପସଭାପତି ରାମକୃଷ୍ଣ ମେହେର, ସଂପାଦକ ଝସକେତନ ମେହେର, ସହସଂପାଦକ ଭୀଷ୍ମରାଜ ମେହେର ଓ କୋଷାଧ୍ଯକ୍ଷ ଭାବରେ ମହେଂଦ୍ର ମେହେର ରହିଛନ୍ତି । ସେହିପରି ମୁଖ୍ଯପୂଜକ ଭାବରେ ପ୍ରମୋଦ ଯୋଷୀଙ୍କୁ ମନୋନୀତ କରାଯାଇଛି । ଆଜିର ମାଟି ଅନୁକୂଳ କାର୍ଯ୍ଯକ୍ରମରେ ମହିଳା ଶ୍ରଦ୍ଧାଳୁଙ୍କ ସହ ଦୁର୍ଗାପୂଜା କମିଟିର ସଦସ୍ଯ ଓ ଉପଦେଷ୍ଟା ସାମିଲ ଥିଲେ । ସେହିପରି ସିନାପାଲି ବସଷ୍ଟାଣ୍ତ ସ୍ଥିତ ସାମୁହିକ ଦୁର୍ଗାପୁଜାର ମଧ୍ଯ ମାଟି ଅନୁକୂଳ କରାଯିବା ସହ ପୂଜା ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାପଡ଼ିଛି ।

Post a Comment

Previous Post Next Post