ନୂଆପଡା (ପରମେଶ୍ୱର ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି ରେଞ୍ଜ ଉପାନ୍ତ ନୁଆମାଳପଡା ଗ୍ରାମ ପଞ୍ଚାୟତ ଡଙ୍ଗର ଗାଁ ରୁ ଦୁଇ ବାଘ ଶିକାରୀ ଙ୍କୁ ସିନାପାଲି ବନ ବିଭାଗ ଗିରଫ କରିବା ସହ ସେମାନଙ୍କ ଠାରୁ ବାଘର ଗୋଟିଏ କଲଦାନ୍ତ ଓ ୬ ଖଣ୍ଡ ବାଘ ହାଡ଼ ଜବତ କରାଯାଇଥିବା ଵେଲେ ଅଭିଯୁକ୍ତ ମାନଙ୍କୁ ଗିରଫ ପରେ ଆଜି କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଡଙ୍ଗର ଗାଁ ଗ୍ରାମର ବୁଟୁରାମ ମାଝି (୩୮) ଓ ପଦୁ ମାଝି (୨୭) ବୋଳି ଜଣାପଡ଼ିଛି। ଉଭୟ ଅଭିଯୁକ୍ତ ଙ୍କ ଠାରୁ ଜବତ ଦେହାବଶେଷ ର ଓଜନ ୫.୮୦୦ଗ୍ରାମ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ଚଢାଉ ରେ ଖଡିଆଳ ଏସିଏଫ ମହମ୍ମଦ ସାଲିହା, ସିନାପାଲି ରେଞ୍ଜର ଜୟଦେବ ମାଝି, ଫରେଷ୍ଟର ରଞ୍ଜନ କୁମାର ସାହୁ, ତ୍ରିବିକ୍ରମ ନାଏକ, ରମା ରଞ୍ଜନ ରାଉତ, ଚୁଡ଼ାନାଥ ସରାଫ ସମେତ ଖଡିଆଳ ଡିଭିଜନ ମୋବାଇଲ ସ୍କ୍ୱାର୍ଡ ଓ ସିନାପାଲି ରେଞ୍ଜ ର ଅନେକ କର୍ମଚାରୀ ସାମିଲ ରହିଅନଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ, ଗତ କିଛି ମାସ ତଳେ ସିନାପାଲି ବ୍ଲକ ସୀମାନ୍ତ ଛତିଶଗଡ଼ - ଓଡିଶା ସୀତା ନଦୀ ଅଭୟାରଣ୍ୟ ଅଞ୍ଚଳରୁ ଏକ କଲରାପତରିଆ ବାଘ ଛାଳ ଜବତ କରାଯାଇଥିବା ବେଳେ ସେତେବେଳେ ବନ ବିଭାଗ ଏକ ମାମଲା ରୁଜୁ କରି ୩ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ଘଟଣା ରେ ସଂପୃକ୍ତ ଥିବା ନେଇ ଆଜି ଦୁଇ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ବନ ବିଭାଗ ସୁତ୍ର ରୁ ପ୍ରକାଶ।

Post a Comment