ବଲାଙ୍ଗୀର ୧୩/୯ (ଗଣେଶ ଦାସ) ବଲାଙ୍ଗୀର ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟlଳୟ ଓ ବଲାଙ୍ଗୀର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ମିଳିତ ଉଦ୍ୟମରେ ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବିବିନା ଠାରେ ବଜ୍ରପାତ ପ୍ରତି ସାବଧାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ବଜ୍ରପାତ ବା ବିଜୁଳି ମାରିବା ଯୋଗୁଁ ଅନେକ ଜୀବନ ହାନି ହେଉଅଛି । ବଜ୍ରପାତ ସମୟରେ ଘର ଭିତରେ ଓ ଘର ବାହାରେ ଥିଲାବେଳେ ବିଭିନ୍ନ ଉପାୟମାନ ଅବଲମ୍ବନ କରି ସମ୍ଭବତଃ ଜୀବନ ରକ୍ଷା କରାଯାଇ ପାରିବ । ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ଯକ୍ଷ ଗୋଲଖ ଚନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ୱରେ କ୍ରମେ ବିପତ୍ତି ଓ ବିପର୍ଯ୍ୟୟ ପରିଚାଳନା ରାଜ୍ୟ ସାଧନ କର୍ମୀ ରାମ ନାରାୟଣ ଦାଶ କାର୍ଯ୍ୟକ୍ରମର ତାଲିମ ଦାତା ଭାବରେ ଯୋଗଦେଇ ଥିଲେ । ବିଦ୍ୟାଳୟରେ ଉପସ୍ଥିତ ଥିବା ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀମାନଙ୍କୁ ଡେମୋଷ୍ଟ୍ରେସନ ମାଧ୍ଯମରେ ବଜ୍ରପାତ ସମୟରେ ବିଭିନ୍ନ ଉପାୟମାନ ଅବଲମ୍ବନ କରି ସମ୍ଭବତଃ କିପରି ଜୀବନ ରକ୍ଷା ହୋଇ ପାରିବ ସେ ବିଷୟରେ ଅବଗତ କରାଇଥିଲେ । ଶିକ୍ଷକ, ଶିକ୍ଷୟିତ୍ରୀମାନେ ସର୍ତକ ଆପ ଡାଉନଲୋଡ କରିଥିଲେ । ଏହି ଅବସରରେ ସାପ କାମୁଡିଲେ କ'ଣ କରିବା ଉଚିତ ଓ କ'ଣ ନ କରିବା ଉଚିତ ସେ ବିଷୟରେ ମଧ୍ୟ ଶ୍ରୀ ଦାଶ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ୪୨୦ ଜଣଙ୍କୁ ତାଲିମ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ଶିକ୍ଷକ ସନ୍ତୋଷ ସ୍ବର୍ଶକାର, ସରୋଜ କୁମାର ପ୍ରଧାନ, ଭୁମନ୍ତ ମାଝି, ଅର୍ଜୁନ ଆଚାର୍ଯ୍ୟ, ବସନ୍ତ ଭରାସଗରିଆ, ଓମ ପ୍ରକାଶ ଦୂର୍ଗା, ସୁଶାନ୍ତ କୁମାର ବାରିକ, ସୁଶିଲ୍ ମହାନନ୍ଦ ତଥା ଶିକ୍ଷୟତ୍ରୀ ଦିବ୍ୟା ସୋରେଙ୍ଗ, ସୁପ୍ରିମା ପ୍ରଧାନ, ଋତୁପଣ୍ଡା ନନ୍ଦ, ସିମ୍ପଲ ସାହୁ, ଦୀପ୍ତିମୟୀ ହୋତା ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ଶିକ୍ଷକ କାହ୍ନା ଭୋଇ ଧନ୍ୟବାଦ ଅର୍ପଣପୂର୍ବକ କାର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା କରିଥିଲେ ।

Post a Comment