ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର


ନୂଆପଡ଼ା (ବିରବଲ ପ୍ରଧାନ) ନୁଆପଡା ଜିଲ୍ଲା ଅନ୍ତର୍ଗତ କୋମନା ଥାନା ତରବୋଡ ଫାଣ୍ଡି ବେଲରଦନା ଗାଁ ନିକଟରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ ହେଲେ ଖଡ଼ିଆଳ ଥାନା ବରଗାଁ ପଞ୍ଚାୟତ ବେନ୍ଦ୍ରବାହାଲ ଗାଁର ରଞ୍ଜନ ଶବର । ବର୍ତ୍ତମାନ ରଞ୍ଜନଙ୍କ ମୃତଦେହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହିଛି । ଗତ କିଛିଦିନ ତଳେ ଖଡ଼ିଆଳ ଥାନା ବରଗାଁ ପଞ୍ଚାୟତ ବେନ୍ଦ୍ରବାହାଲ ଗାଁର ଗଜ ଶବରଙ୍କ ପୁଅ ରଞ୍ଜନ କୌଣସି କାମରେ ରାୟପୁରକୁ ଯାଇଥିଲେ । ଆଜି ସକାଳେ ବେଲରଦନା ଓ ସିଲଟପାଣି ଗାଁର ମଧ୍ୟବର୍ତ୍ତି ସ୍ଥାନର ଏକ ଚାଷଜମିରେ ଥିବା ଗଛରେ ତାଙ୍କ ମୃତଦେହ ଝୁଲୁଥିବା ଲୋକେ ଦେଖୁଥିଲେ । ପରେ ଖବର ପାଇ ତରବୋଡ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା । ତେବେ ଏକ କପଡା ବେକରେ ବାନ୍ଧି ସେ ଗଛରେ ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରିଛି। ଅପରାହ୍ନରେ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚିବା ପରେ ମୃତଦେହକୁ ଉଦ୍ଧାର କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟାର କାରଣ ଜଣା ପଡ଼ିନାହିଁ।

Post a Comment

Previous Post Next Post