କଣ୍ଟାବାଞ୍ଜି କେଭି ଡିଗ୍ରୀ କଲେଜରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ


କଣ୍ଟାବାଞ୍ଜି , ୦୨/୦୯ (ଆଜତକ୍ ଓଡ଼ିଶା), କଣ୍ଟାବାଞ୍ଜି କେଭି ଡିଗ୍ରୀ କଲେଜରେ ସ୍ଵତନ୍ତ୍ର ଜାତୀୟ ସେବା ଶିବିର ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯୁକ୍ତ ଦୁଇ ଭାରପ୍ରାପ୍ତ ପ୍ରିନ୍ସପାଳ ରାଜେଶ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ କୌଶିକ ମେହେର, ସମ୍ମାନିତ ଅତିଥି ଭାବେ ପ୍ରେସ କ୍ଲବ ସଭାପତି ପ୍ରଭଜିତ ସିଂ ସାଲୁଜା , ସମ୍ପାଦକ ସୁରଦାସ ବାଗ , ଜିଲ୍ଲା ୱେବ ମିଡିଆ ସଂଘ ସାଧାରଣ ସମ୍ପାଦକ ପ୍ରମୋଦ ବେହେରା ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଏନ.ଏସ.ଏସ. ପ୍ରୋଗାମ ଅଫିସର ଜତିନ ଦ୍ୱାରୀ ପରିଚାଳନା କରିଥିଲେ । “ମାଁ ନାମରେ ଗଛଟିକେ” ଉଦ୍ଦେଶ୍ୟରେ ହେଉଥିବା କାର୍ଯ୍ୟକ୍ରମ ବୃକ୍ଷ ରୋପଣର ଉପକାରିତା ଉପରେ ଅତିଥି ନିଜ ମତ ରଖିଥିଲେ । କାର୍ଯ୍ୟକ୍ରମରେ ଯୁକ୍ତ ଦୁଇ ର ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment

Previous Post Next Post