ସିନ୍ଧେକେଲାରେ ଜୈନ ଧର୍ମର ଆଠ ଦିବସୀୟ ପର୍ୟୁଷଣ ପର୍ବର ଶୁଭାରମ୍ଭ

ସିନ୍ଧେକେଲା,୨/୮ (ଆଜତକ୍ ଓଡ଼ିଶା) ଜୈନ ଧର୍ମର ଆଠ ଦିବସିୟ ପର୍ୟୁଷଣ ପର୍ବର ସିନ୍ଧେକେଲା ଠାରେ ସୁଭାରମ୍ବ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଅଗ୍ରୱାଲ ଜୈନ ତେରାପଂଥ ଭବନରେ ଗତକାଲି ରାତ୍ରି ରବିବାର ପ୍ରଥମ ଦିବସ ଖାଦ୍ୟ ସୟମ ଦିବସରେ ୮ ରୁ ୯ ଟା ପର୍ଯ୍ୟନ୍ତ ସାମୁହିକ ସାମାୟିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତେରାପଂଥ ସଭା ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ୮ ରୁ ୮.୧୫ ସ୍ୱାଧ୍ୟାୟ ଓ ମାଲା , ୮.୧୫ ରୁ ୮.୩୦ ନମସ୍କାର ମହାମନ୍ତ୍ରର ଜପ , ୮.୩୫ ରୁ ଅର୍ହତ ବନ୍ଦନା ଓ ୯ ବଜେ ସମାପନ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ତେରାପଂଥ ସଭା ସମ୍ପାଦକ ଅନିଲ ଜୈନ , କୋଷାଧ୍ୟକ୍ଷ ନବୀନ ଜୈନ , ପୂର୍ବତନ ସଭାପତି ବଜରଙ୍ଗ ଜୈନ , ପୂର୍ବତନ ସମ୍ପାଦକ ନବୀନ ଜୈନ , ପ୍ରାନ୍ତୀୟ ସଭା ପୂର୍ବତନ ସଭାପତି ଛତ୍ରପାଳ ଜୈନ , ଅଗ୍ରୱାଲ ସଭା ଅଧ୍ୟକ୍ଷ ପ୍ରସନ୍ନ ଜୈନ , ପୂର୍ବତନ ଅଧ୍ୟକ୍ଷ ଫୁଲଚନ୍ଦ ଜୈନ , ସମ୍ପାଦକ ସୁନିଲ ଜୈନ , କୋଷାଧ୍ୟକ୍ଷ ସୁବାଷ ଜୈନ , ପୂର୍ବତନ ଯୁବକ ପରିଷଦ ଅଧ୍ୟକ୍ଷ ରାଜେଶ ଜୈନ , ବିଜେପି ମଣ୍ଡଳ ସମ୍ପାଦକ କହ୍ନେୟା ଜୈନ , ବରିଷ୍ଠ ଶ୍ରାବକ ନରେଶ ଜୈନ , ଅର୍ଜୁନ ଜୈନ , ମହିଳା ମଣ୍ଡଳ ପୂର୍ବତନ ଅଧ୍ୟକ୍ଷା ଲୀଳା ଜୈନ , ମିନା ଜୈନ ସମେତ ହାରାହାରି ୫୦ ଜଣ ଶ୍ରାବକ ଶ୍ରାବିକା ସାମିଲ ହୋଇଥିଲେ । ଆଗାମୀ ୮ ସେପ୍ଟେମ୍ବର ପର୍ଯ୍ୟନ୍ତ ଏଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସଭା ଅଧ୍ୟକ୍ଷ ରାମ ଅବତାର ଜୈନ କହିଥିଲେ ।

Post a Comment

Previous Post Next Post