ଧର୍ମଗଡ , ଆଜତକ ଓଡ଼ିଶା(ପ୍ରଦିପ ସେଠିଆ)କୋକସରା ବ୍ଲକ ଅନ୍ତର୍ଗତ କୁସୁମଖୁଣ୍ଟି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଛଟେଇ ହୋଇଥିବା NRBC ..RP ମାନଙ୍କ ସାଧାରଣ ବୈଠକ ରବିବାର ଦିନ ଚୈତନ୍ୟ ପୁଞ୍ଜି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି।ସରକାରଙ୍କ ଚିଠି ନମ୍ବର- ୯୫୪୫/ EGS / ୨୭/୧୨/୨୦୦୬ ଅନୁଯାୟୀ ଅଧାରୁ ପାଠ ଛାଡ଼ି ଥିବା ୬ ରୁ ୧୪ ବର୍ଷର ପିଲା ମାନଙ୍କୁ ମୂଖ୍ୟ ସ୍ରୋତରେ ସାମିଲ୍ କରିବା ପାଇଁ ସାଧନ କର୍ମୀ RP ମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିଲା।ଓଡ଼ିଶାରେ ପ୍ରାୟ ୧୩୦୦ ରୁ ଅଧିକ ସାଧନ କର୍ମୀ ନିଯୁକ୍ତି ପାଇଥିଲେ। କୋକସରା ବ୍ଲକରେ ମଧ୍ୟ ୪୨ ଜଣ ସାଧନ କର୍ମୀ ନିଯୁକ୍ତି ପାଇଥିଲେ।୨୦୦୭ ରୁ ୨୦୦୮ ପର୍ଯ୍ୟନ୍ତ ସୁଚାରୁ ରୁପେ ଏହି କାର୍ଯ୍ୟକ୍ରମ ଚାଲିବା ସହ ସାଧନ କର୍ମୀ RP ମାନଙ୍କୁ ଯୁଗ୍ମ ଜମା ଖାତା ମାଧ୍ୟମରେ ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରାଯାଇଥିଲା। କିନ୍ତୁ ହଠାତ୍ ୨୦୦୯ ରେ ସରକାର ସମସ୍ତ ସାଧନ କର୍ମୀ RP ମାନଙ୍କୁ ଛଟେଇ କରିଦେଲେ। କିନ୍ତୁ ସରକାରଙ୍କ ସମାନ ଚିଠି ନମ୍ବର ରେ ନିଯୁକ୍ତି ପାଇ ଛଟେଇ ହୋଇଥିବା EGS ଶିକ୍ଷକ ମାନଙ୍କୁ ଗଣ ଶିକ୍ଷକ ଭାବରେ ପୁନଃ ନିଯୁକ୍ତି କରାଯାଇଥିବା ବେଳେ NRBC ସାଧନ କର୍ମୀ RP ମାନଙ୍କୁ କିଛି ଥଇଥାନ କରାଗଲା ନାହିଁ । ଏଣୁ ଆସନ୍ତା ଶିକ୍ଷା ବର୍ଷରେ ହେବାକୁ ଥିବା ଶିକ୍ଷକ ନିଯୁକ୍ତିରେ ସମସ୍ତ NRBC ସାଧନ କର୍ମୀ RP ମାନଙ୍କୁ ପୁନଃ ନିଯୁକ୍ତି କରିବା ପାଇଁ କୋକସରା ବ୍ଲକ ସଂଘରୁ ଛଟେଇ ହୋଇଥିବା ସାଧନ କର୍ମୀ RP ଚୈତନ୍ୟ ପୁଞ୍ଜି , ତନୁକ୍ ଲାଲ୍ ନାଗ, ଦୂର୍ବାଦଲ ପଟେଲ, ହିରନ୍ୟ ବେହେରା, ରୁପେନ୍ଦ୍ର ସୁନାନୀ, ଡିସେମ୍ବର ଖର୍ସେଲ,ଓମ୍ ପ୍ରକାଶ ନାଏକ, ହୃଦୟ ମଣି ସୁନା, ବିଘ୍ନ ବାଗ, ଶରତ ନାଏକ ପ୍ରମୁଖ ସରକାରଙ୍କୁ ନିବେଦନ କରିଛନ୍ତି।

Post a Comment