ଧର୍ମଗଡ ୨୭/୮:ଆଜ ତକ ଓଡ଼ିଶା (ପ୍ରଦିପ ସେଠିଆ) କେତେ ଦିନ ଆଉ କେବେ ଜୀବନର ଶେଷ ହେବ ମୋତେ ଜଣା ନାହିଁ । ଯଦି ମୋତେ ସୁଯୋଗ ଜୁଟେ ଜୀବନର ଶେଷ ଦିନରେ ବି ରକ୍ତଦାନ କରିବାକୁ ମୁଁ କୁଣ୍ଠା ବୋଧ କରିବି ନାହିଁ ବୋଲି କଳାହାଣ୍ଡି ଜିଲ୍ଲା ର ସୁପରିଚିତ ଅନୁଷ୍ଠାନ *ସୋସିଆଲ ୱେଲଫେୟାର ଅର୍ଗାନେଯେସନ୍*, କଳାହାଣ୍ଡି ପରିବାର ର ପ୍ରତିଷ୍ଠାତା ତଥା ସଭିଙ୍କ ପ୍ରିୟ ଉମାକାନ୍ତ ସୁନାନୀ ମୁକ୍ତ କଣ୍ଠରେ ପ୍ରକାଶ କରିଛନ୍ତି । ଆଜି ମହାପ୍ରଭୁ ଶ୍ରୀକୃଷ୍ଣ ଙ୍କ ଜନ୍ମୋତ୍ସବ, ଏହି ପରି ପବିତ୍ର ଦିନରେ ଧର୍ମଗଡ଼ ଉପଖଣ୍ଡ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ପର୍ଲା ଗ୍ରାମ ର ୩ ବର୍ଷର ଶ୍ରୀୟା ବାଗ ନାମକ କୁନି ଝିଅ କୁ ଅତ୍ୟନ୍ତ ଜରୁରୀ ସମୟରେ ଏ' ପଜିଟିଭ୍ ବର୍ଗର ରକ୍ତ ଆବଶ୍ୟକତା ଥିବାରୁ ପରିବାର ରେ ଜଣେ ରକ୍ତ ଅଦଳବଦଳ କରିବା ପାଇଁ ଥିଲେ କିନ୍ତୁ ରକ୍ତ ଭଣ୍ଡାର ରେ ଏ' ପଜିଟିଭ୍ ବର୍ଗର ରକ୍ତ ଗଚ୍ଛିତ ନ ଥିବାରୁ ପରିବାର ସମ୍ପର୍କୀୟ ଅନେକ ଲୋକ ମାନଙ୍କ ସହିତ ଯୋଗାଯୋଗ କରିଥିଲେ କିନ୍ତୁ ରକ୍ତ ଯୋଗାଡ଼ ହୋଇ ପାରି ନଥିଲା । ଏହି ପରି ଅସମୟରେ କଳାହାଣ୍ଡି ଜିଲ୍ଲା ର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ସୋସିଆଲ ୱେଲଫେୟାର ଅର୍ଗାନେଯେସନ୍, କଳାହାଣ୍ଡି ପରିବାର ର ପ୍ରତିଷ୍ଠାତା ଶ୍ରୀ ଉମାକାନ୍ତ ସୁନାନୀ ଙ୍କୁ ଫୋନ୍ ମାଧ୍ୟମରେ ଜଣାଇବା ରୁ ମୁଁ ନିଜେ ରକ୍ତଦେବି ବୋଲି କହି ସାଙ୍ଗେ ସାଙ୍ଗେ ଧର୍ମଗଡ଼ ରକ୍ତ ଭଣ୍ଡାର ପହଞ୍ଚି ୩୭ ନମ୍ବର ଥର ରକ୍ତଦାନ କରି ନିଜକୁ କୃତାର୍ଥ କରିଛନ୍ତି । ପବିତ୍ର ଦିବସର ବିଶ୍ୱ କୈନ୍ଦ୍ରିକ ଅବଦାନ ତଥା ରକ୍ତଦାନ ପାଇଁ ଅନୁଷ୍ଠାନ ର କାର୍ଯ୍ୟକର୍ତ୍ତା ସଦସ୍ୟ ଧନୁର୍ଜୟ ବାଗ, ରିଙ୍କୁ ମଙ୍ଗରାଜ, ସୁମିତ ଖମାରୀ, ଅମିର ତାଣ୍ଡି, ମିଟୁ ପ୍ରମୁଖ ଉପସ୍ଥିତ ରହି ଉତ୍ସାହିତ କରିବା ସହିତ ଶ୍ରୀ ଉମାକାନ୍ତ ସୁନାନୀ ଙ୍କୁ ଅନେକ ଅନେକ ଶୁଭେଚ୍ଛା ଶୁଭ କାମନା ଜଣାଇଛନ୍ତି । ଆଜି ବୋଲି ନୁହେଁ ସର୍ବଦା ନିଜକୁ ଲୋକଙ୍କ ସେବାରେ ସମର୍ପିତ କରିଥିବାରୁ ଜନ ସାଧାରଣ ଙ୍କ ଭିତରେ ଏକ ଖୁସି ର ଲହରୀ ଖେଳିଯାଇଛି।

Post a Comment